ଅଗ୍ନିମାନ୍ଦ୍ୟ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

11


ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଅଗ୍ନିମାନ୍ଦ୍ୟ ରୋଗ ସଚେତନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ବର୍ଷା ରୁତୁରେ ଥଣ୍ଡା ଓ କଫ ବଢି, ତୀକ୍ଷ୍ଣ ଓ ବେଦନା ନାଶକ ଔଷଧ ସେବନ, ଚିନ୍ତା, ଦୁଃଖ ଦ୍ଵାରା ଆମାଶୟ ଶୋଥ ହୋଇ ଅଗ୍ନିମାନ୍ଦ୍ୟ ହୁଏ।ଜଠରାଗ୍ନି, ସପ୍ତଧାତୁଅଗ୍ନି ସୁସ୍ଥ ରହିଲେ ହିଁ ଆମ ଶାରୀରିକ କ୍ରିୟା ସବୁ ଠିକ୍ ହେବ ଓ ଆମେ ସୁସ୍ଥ ରହିବା ଏଣୁ ଅଗ୍ନିକୁ ସୁସ୍ଥ ରଖିବା ଉଚିତ।ଅଗ୍ନିମାନ୍ଦ୍ୟ ହେଲେ ଅରୁଚି, ଲାଳସ୍ରାବ, ଆଳସ୍ୟ, ପେଟ ଭାରି, କୋଷ୍ଠବଦ୍ଧ ଓ ବିରକ୍ତି ଆଦି ଲକ୍ଷଣ ପ୍ରକାଶ ପାଏ।କାରଣ ଗୁଡିକୁ ଛାଡିହରଡା,ସୈନ୍ଧବ,ଶୁଣ୍ଠି, ଜୁଆଣି, ପିପ୍ପଳୀ, ଗୋଲମରିଚ, ହିଙ୍ଗୁ ଖାଇଲେ ଭଲ ହୁଏ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତି l
ଫୋନ 9861450612

Leave A Reply

Your email address will not be published.