ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୁରାତନ ସହରାଞ୍ଚଳ ସମବାୟ ବ୍ୟାଙ୍କର ୧୦୦ ତମ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଜଙ୍ଗମ ସାହି ଠାରେ ଥିବା ଏସ.ଏ ଫଙ୍କସନ୍ ହଲ ପରିସର ରେ ଅନୁଷ୍ଠିତ ହୋଇଯାଇଛି।
ବ୍ୟାଙ୍କ ସଭାପତି ଏ. ଗୋପାଲ ରାଓ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୈଠକରେ ପ୍ରଥମେ ବ୍ୟାଙ୍କ ପ୍ରତିଷ୍ଠାତା ସ୍ୱର୍ଗତ ଆଇ.ଶ୍ୟାମ ଶିବ ରାଓ ଓ ପୂର୍ବତନ ସଭାପତି ସ୍ୱର୍ଗତ ଏ. ଶଙ୍କର ରାଓ ଓ ଅନ୍ୟ ଇହଧାମ ପରିତ୍ୟାଗ କରିଥିବା କର୍ମଚାରୀଙ୍କ ଉଦ୍ଦେଶ୍ୟ ରେ ନୀରବ ପ୍ରାର୍ଥନା ପରେ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କ ଯୁବ ନିର୍ଦ୍ଦେଶକ ଆଦର୍ଶ ଦାସ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବ୍ୟାଙ୍କ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସମ୍ପାଦକ ପଙ୍କଜ ନାୟକ ବ୍ୟାଙ୍କ୍ ର ବାର୍ଷିକ ବିବରଣୀ , ଆୟ ବ୍ୟୟ ତଥା ଅନ୍ୟାନ୍ୟ ସୂଚନା ସମ୍ପାଦକୀୟ ପାଠ କରିଥିଲେ। ସଭାପତି ନିଜର ଅଭିଭାଷଣ ରେ ବ୍ୟାଙ୍କର ଗତ କିଛି ବର୍ଷ ମଧ୍ୟରେ ଆର୍ଥିକ ସ୍ଥିତି ରେ ଉନ୍ନତି ଆଣିବାରେ ସଫଳ ହୋଇଛି ବୋଲି କହିଥିବା ବେଳେ , ଏହି ଶହେ ତମ ବୈଠକ ଅବସରରେ ବ୍ୟାଙ୍କର ସଫଳତା ପାଇଁ ବିଶିଷ୍ଟ ବ୍ୟକ୍ତିତ୍ଵ ପୂର୍ବତନ ସଭାପତି ପ୍ରଦୀପ ନାୟକ , ପୂର୍ବତନ ସଭାପତି ଦିଲ୍ଲୀପ ଦାସ , ପୂର୍ବତନ ସଭାପତି ଭି.ଭି.ରବାନା ମୂର୍ତ୍ତୀ , ପୂର୍ବତନ ସଭାପତି ଅଭିମନ୍ୟୁ ପଣ୍ଡା , ଆଇନ ପରାମର୍ଶ ଦାତା ଦେବେନ୍ଦ୍ର ଦାସ ଆଦି ସମବାୟବିତ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା।
ଦ୍ବିତୀୟ ପର୍ଯ୍ୟାୟ ରେ ବ୍ୟାଙ୍କ୍ ବରିଷ୍ଠ ନିର୍ଦ୍ଦେଶକ ଅଭିମନ୍ୟୁ ପଣ୍ଡା ବିଗତ ସାଧାରଣ ପରିଷଦ ବୈଠକର ପ୍ରସ୍ତାବ କୁ ପାରିତ କରିବା ସହିତ ବିଗତ କିଛି ବର୍ଷ ର ବଜେଟ୍ , ବାର୍ଷିକ ରିପୋର୍ଟ , ଆର.ବି.ଆଇ ରିପୋର୍ଟ, ହାଉସ ଲୋନ୍ ପ୍ରଦାନ୍ ରାଶି ବୃଦ୍ଧି ପ୍ରସ୍ତାବ ସହ ବ୍ୟାଙ୍କ୍ ର ବିଭିନ୍ନ ଆର୍ଥିକ କାରବାର , ନୂତନ କୋଠା ନିର୍ମାଣ ନେଇ ପ୍ରସ୍ତାବ ଆଗତ କରିଥିଲେ। ନିର୍ଦ୍ଦେଶକ ଆଦର୍ଶ ଦାସ ଧନ୍ଯବାଦ ଅର୍ପଣ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ପି.ଆମୁଲୁ ଆମା , ବରିଷ୍ଠ ନିର୍ଦ୍ଦେଶକ ଜମାଦାର ପଟ୍ଟନାୟକ , ଲକ୍ଷ୍ମୀକାନ୍ତ ପରିଛା , ୱାଇ. ଗଡାୟା , ଭି ଦଣ୍ଡାସି , ଡି.ଆପା ରାଓ , ଅନିତା ପଣ୍ଡା , ଗୀତାଞ୍ଜଳି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟାଙ୍କ ର ସମସ୍ତ କର୍ମଚାରୀ କର୍ଯ୍ୟକମ କୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.