ଯୋଗେଶ ସିଂ, ସୁନିତା ବିଶ୍ୱାଳ, ଜଟିଆ ମୁଣ୍ଡା ସମସ୍ତେ ନିଜ ସ୍ୱାର୍ଥ ପାଇଁ କଂଗ୍ରେସ କୁ ଧୋକା ଦେଇଛନ୍ତି

0

Sundargarh /Horachand Deuria : ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂ ହୁଅନ୍ତୁ କି ସୁନିତା ବିଶ୍ୱାଳ, ଜଟିଆ ମୁଣ୍ଡା ସମସ୍ତେ ନିଜ ସ୍ୱାର୍ଥ ପାଇଁ କଂଗ୍ରେସ କୁ ଧୋକା ଦେଇଛନ୍ତି, ପୃକୂତରେ ପଳାତକ ନେତା କାହାରି ନୁହଁନ୍ତି, ଯିଏ ଦଳର ହୋଇ ପାରି ଲାନାହିଁ ସେ ସାଧାରଣ ଲୋକଙ୍କ ହେବ କିପରି, ତେବେ ଏହିପରି ନିସ୍ୱାର୍ଥ ନେତାଙ୍କୁ ନିର୍ବାଚନ ରେ ଭୋଟର ଉଚିତ ଜବାବ ଦେବେ, ବୋଲି ଆଜି ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ରାଜକିଶୋର ଷଡଙ୍ଗୀ ପ୍ରକାଶ କରିଥିଲେ, ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କ ଝିଅ ଅମିତା ବିଶ୍ୱାଳ ଙ୍କୁ ପ୍ରାଥୀ କରିବା ପରେ,, ଆସନ ପାଇଁ ମୁଖ୍ୟ ଦାବିଦାର ଥିବା ଟାଙ୍ଗରପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଟିଆ ମୁଣ୍ଡା ଶନିବାର ଦଲରୁ ଇସ୍ତଫା ଦେଇ ବିଜେଡି ଦଳରେ ସାମିଲ ହୋଇଥିଲେ, ଓ କଂଗ୍ରେସ ଦଳ ନା ରେ ବହୁ ପ୍ରକାରର ବିଷ ଓଗାଳିଥିଲେ, ଦଳ ପାଇଁ ଦୀର୍ଘ ଦିନ ଧରି ଖଟିବା ପରେ ଵି ଦଳ ତରଫରୁ ତାଙ୍କୁ ଅଣଦେଖା କରିଥିଲା, କିଛି ଅବଦାନ ନ ଥିବା ବ୍ୟକ୍ତି ପାଇଁ ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ କାଟିଦେଇଥିବା ଅଭିଯୋଗ କରିବା ପରେ କଂଗ୍ରେସ ଦଳ ପକ୍ଷରୁ ସାଧାରଣ ସମ୍ପାଦକ ଶ୍ରୀ ଷଡଙ୍ଗୀ ଏହାକୁ ଖଣ୍ଡନ କରି ଏହା କହିଛନ୍ତି ଯେ ଜଟିଆ ମୁଣ୍ଡା ବିଧାୟକ ପ୍ରାଥୀ ହେବାକୁ ନିଜେ ମନା କରିଦେଇଥିବା ପରେ କଂଗ୍ରେସ ଦଳ ପକ୍ଷରୁ ଅମିତାଙ୍କୁ ପ୍ରାଥୀ ଘୋଷଣା କରାଯାଇଛି, ତେଣୁ ତାଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ପ୍ରକାଶ କରିଥିଲେ l ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀ କହିଥିଲେ ଦଳ ଯୋଗେଶ ଙ୍କୁ ତୃଣମୂଳ ସ୍ତରରୁ ଆଣି ସରପଞ୍ଚ ଠୁ ନେଇ ବିଧାୟକହେବା ପର୍ଯ୍ୟନ୍ତସୁଯୋଗ ଦେଲା ,ଯୋଗେଶ ଜାଲିଆତି ମାମଲାରରେ ଛନ୍ଦି ହୋଇଥିବା ବେଳେ ଦଳ ତାଙ୍କ ପଛରେ ସର୍ବଦା ଠିଆ ହୋଇଥିଲା ସେହିପରି ଜଟିଆ ମୁଣ୍ଡା ସରପଞ୍ଚ, ସମିତି ସଭ୍ୟ, ଠାରୁ ଟାଙ୍ଗରପାଲି ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବା ଯାଏ ଦଳ ସଂଘର୍ଷ କରିଥିଲା, କିନ୍ତୁ ସେମାନେ ଦଳପ୍ରତି କୃତଜ୍ଞ କରିବା ବଦଳରେ ନିଜ ସ୍ୱାର୍ଥ ପାଇଁ କୃତଘନ ସାଜିଲେ, ସାମ୍ବାଦିକ ସମ୍ମିଳନୀରେ ଡ଼ଃ ପ୍ରଫୁଲ୍ଲ ମାଝୀ, ସୁନ୍ଦରଗଡ଼ ବିଧାନସଭା ପ୍ରାଥିନି ଅମିତା ବିଶ୍ବାଳ, ପ୍ରଦେଶ କଂଗ୍ରେସ ସମ୍ପାଦକ ପ୍ରଫୁଲ ସୁନାନୀ, ବରିଷ୍ଠ କଂଗ୍ରେସ ନେତା ନିମାଇଁ ନାଏକ ଓ ଦଳର କର୍ମୀମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.