Bolangir/ Niroj mishra : ଲୋକସଭା ଏବଂ ବିଧାନସଭା ଦୁଇ ନୁଆଁ ଚେହେରା ପ୍ରାଥୀ ଲଢ଼ିବେ ନିର୍ବାଚନ। ତିନି ଆଶାବାଦୀ ପ୍ରାଥୀ ପଡିଲେ ବାଦ। ବଲାଙ୍ଗୀର ଆଗକୁ ଅଛି ଲୋକସଭା ଏବଂ ବିଧାସଭା ୨୦୧୯ ନିର୍ବାଚନ ଯାହାକୁ ନେଇ ବଲାଙ୍ଗୀର ସହର ହୋଇଛି ସରଗରମ। ତେବେ କିଏ କେମିତି ନିର୍ବାଚନ ଲଢ଼ିବ ସେ ବିଷୟକୁ ନେଇ ପ୍ରାଥୀ ଚଳାଇଛନ୍ତି ପ୍ରସ୍ତୁତି। ଯାହା ପାଇଁ ସବୁ ପ୍ରାଥୀ ଘୋଷଣା ସରି ଯାଇଥିବା ବେଳେ । ବଲାଙ୍ଗୀର ବିଜେଡି ଦଳ ପାଇଁ ବିଧାୟକ ପ୍ରାଥୀ ଏପ୍ରଯନ୍ତ ଘୋଷଣା ହୋଇନି। ଏଥର ନୂତନ ଭାବେ ବିଜେପି ଦଳରୁ ଅନନ୍ତ ଦାସ କୁ ବିଧାୟକ ପ୍ରାଥୀ ଭାବେ ମନୋନୀତ କରିଛି ଦଳ। ଅନ୍ୟପଟେ ପୂର୍ବତନ ବିଧାୟକ ତଥା ପ୍ରଭାବ ଶାଳୀ ନେତା ନରସିଂହ ମିଶ୍ର ଛିଡା ଅଛନ୍ତି। ଯାହାକୁ ନେଇ ଏବେଠୁ ନିର୍ବାଚନ ତାତି ବଢ଼ିବାରେ ଲାଗିଛି। ଅନ୍ୟ ପଟେ ଲୋକସଭା ପ୍ରାଥୀ ଭାବେ ନୂତନ ଚେହେରା କଂଗ୍ରେସ ଦଳ ମଧ୍ୟ ଦେଇଛି ଏ,ଆଇ,ସି,ସି,ମେମ୍ବର ତଥା ରାଜ୍ୟ କଂଗ୍ରେସ କମିଟିର ମୁଖପାତ୍ର ସମେରେନ୍ଦ୍ର ମିଶ୍ର ଙ୍କୁ।ଯାହାକୁ ନେଇ ସେ ଉଲ୍ଲାସିତ ଥିବାବେଳେ ବଲାଙ୍ଗୀର ଜିଲ୍ଲା ପାଇଁ ବିକାଶ ର ମୂଳଦୁଆ ପ୍ରସ୍ତୁତ କରି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ତେବେ ଇତି ମଧ୍ୟରେ ବିଜେପି, ଓ କଂଗ୍ରେସ ଦଳ ର ଆଶା ବାଦୀ ପ୍ରାଥୀ ଟିକେଟ ନ ମିଳିବାରୁ ନିଜ ଦଳ ତଥା ନିର୍ବାଚନ ଲଢ଼ିବା ପାଇଁ ଘୋଷିତ ହୋଇଥିବା ପ୍ରାଥୀ ଙ୍କ ବିରୁଦ୍ଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଗୋଟିଏ ପଟେ ଲୋକସଭା ଆସନ ପାଇଁ କଂଗ୍ରେସ ଦଳ ର ଆଶାବାଦୀ ପ୍ରାଥୀ ଭାବେ ଲକ୍ଷଣ ମେହେର ଙ୍କୁ ନିରାଶ କରିଛି ଦଳ। ଯେଉଁଥିରେ ଦୀର୍ଘ ୩୭ ବର୍ଷ କାଳ କଂଗ୍ରେସ ଦଳ ରେ ସକ୍ରିୟ ଭାବେ କାର୍ଯ୍ୟକରି ସମ୍ପୂର୍ଣ୍ଣ ସହମତି ଦେଇ ଦଳ କୁ ମଜବୁତ କରିଥିବା କହିଛନ୍ତି।ଯାହା ଆଜି ତାଙ୍କୁ ଦଳ କୌଣସି ପ୍ରକାର ସହାନୁଭୂତି ଦେଖାଇନି କି ନିର୍ବାଚନ ଲଢ଼ିବା ପାଇଁ ଦାବେଦାର ଥିବା ବେଳେ ଟିକେଟ ନ ଦେଇ ନିରାଶ କରିଛି। ଯେଉଁଥିରେ ଲକ୍ଷଣ ମେହେର ସିଧା ସଳଖ କଂଗ୍ରେସ ଦଳ ର ପ୍ରଚାର ପ୍ରସାର କରିବା ପାଇଁ ରୋକଠୋକ ଭାବେ ମନା କରିଥିବା ସୂଚନା ଦେଇଛନ୍ତି। ଅନ୍ୟ ପଟେ ଆଜି ବିଧାନସଭା ଆସନ ପାଇଁ ବିଜେପି ଦଳ ନୂତନ ରଣ ନୀତି ସହ ନୂତନ ପ୍ରାଥୀ ଘୋଷଣା କରିଛି। ଯେଉଁଥିରେ ବିଜେପି ଦଳର ଅନନ୍ତ ଦାସ ଙ୍କୁ ନିର୍ବାଚନ ଲଢ଼ିବା ପାଇଁ ପ୍ରାଥୀ ଘୋଷଣା କରିଛି। ତେବେ ଆଜି ବିଜେପି ଦଳର ନୁଆଁ ପ୍ରାଥୀ ଘୋଷିତ ହେବା ପରେ ବିଜେପି ର ଶତାଧିକ କର୍ମୀ ବେଣ୍ଡ ବାଜା ସହ ଆତସବାଜି କରି ମାଁ ପାଟନେଶ୍ୱରୀ ଙ୍କୁ ଦର୍ଶନ କରିଥିଲେ। ସେହି ପରି ବଲାଙ୍ଗୀର ଜିଲ୍ଲା ରେ ଅନେକ ଗୁଡିଏ ସମସ୍ୟା ରହିଛି ଯାହା ଆଜି ପ୍ରଯନ୍ତ କୌଣସି ନେତା ରାଜନେତା ତାହା ସଠିକ ଭାବେ ସରକାରଙ୍କ ପାଖରେ ପହଞ୍ଚାଉ ନାହାଁନ୍ତି।ଯାହା ସେହି କାମ ଆମ ଦଳ ନିର୍ବାଚିତ ହୋଇ ବଲାଙ୍ଗୀର ର ଉନ୍ନତି କରିବା ସହ ବିକାଶ ପଥରେ ଜିଲ୍ଲା କୁ ଆଗେଇ ନେବ ବୋଲି ବିଧାନ ସଭା ଆସନ ର ବିଜେପି ଦଳ ନୂତନ ବିଧାୟକ ପ୍ରାଥୀ ଅନନ୍ତ ଦାସ ସୂଚନା ଦେଇଛନ୍ତି। ଏହାକୁ ଭିତ୍ତି କରି ସମାନ ଭାବରେ ବିଜେପି ଦଳର ଦାବେଦାର ପ୍ରାଥୀ ବାସୁଦେବ ପତିଙ୍କୁ ବିଧାନ ସଭା ଆସନରୁ ଟିକେଟ ନ ମିଳି ବାରୁ ନିଜ ଦଳର ନୂତନ ଭାବେ ଘୋଷିତ ହୋଇଥିବା ବିଧାୟକ ପ୍ରାଥୀ ଅନନ୍ତ ଦାସ ଙ୍କ ପ୍ରତି ଆଣିଛନ୍ତି ଜମି ଦୁର୍ନୀତି ମାମଲା। ଯେଉଁଥିରେ ଆଜି ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି କର୍ମୀ ବାସୁଦେବ ପତି ସିଧାସଳଖ ଦୋଷୀ ସାବ୍ୟସ୍ତ କରିଛନ୍ତି ନୂତନ ବିଧାନସଭା ବିଧାୟକ ପ୍ରାଥୀ ଅନନ୍ତ ଦାସଙ୍କୁ। କୋଉ କାରଣ ରୁ ତାଙ୍କୁ ଦଳ ବାଦ ଦେଇଛି। କୋଉ କାରଣ ରୁ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟ ବିବେଚିତ କରିନି ଦଳ। ଯାହା ସୂଚନା ଅନୁସାରେ ଗତ ଦୁଇ ଦିନ ଆଗରୁ ତାଙ୍କୁ ଦଳ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ଥିବା ଭଳି ପ୍ରସଙ୍ଗ ଉଲ୍ଲେଖ କରି ଆଜି ନୂତନ ପ୍ରାଥୀ ଘୋଷଣା କରିଛି।ତାହା ତାଙ୍କ ପାଇଁ ଆଣିଦେଇଛି ବହୁ ଗୁଡାଏ ପ୍ରଶ୍ନ। ଏବଂ ଦୁର୍ନୀତି ଭଳି ସଙ୍ଗୀନ ମାମଲା ରେ ଜଡିତ ଥିବା କର୍ମୀ ଙ୍କୁ ଦଳ , ବିଧାନସଭା ଆସନ ପାଇଁ ପ୍ରାଥୀ ଭାବେ ଘୋଷିତ କରିଛି ଯାହା ସବୁଠୁଁ ମୁଖ୍ୟ କାରଣ ଜମି ଘୋଟାଲା ରେ ଥିବା ଅନନ୍ତ ଦାସ ଆଜି ପ୍ରଯନ୍ତ ଘୋଟାଲା ଭଳି ସଙ୍ଗୀନ ମାମଲା ରୁ ମୁକୁଳି ପାରିନି ବୋଲି କହିଛନ୍ତି। ଯାହା ଆମେ ଏହାର ସତ୍ୟା ସତ୍ୟ ବାହାର କରିବୁ ଏବଂ ଉଚିତ ପଦକ୍ଷେପ ନେବୁ ବୋଲି ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.