ପଦ୍ମପୁର ରେ ନିଶୁଳ୍କ କର୍କଟ ନିରୂପଣ ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ।

5

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ;- ଟାଟା ମେମୋରିଆଲ ହସ୍ପିଟାଲ ସହ ସଂପୃକ୍ତ ଜଗନ୍ନାଥ କେନସର ଏଡ୍ ଫାଉଣ୍ଡେସନ, ମୁମ୍ବାଇ ଆନୁକୂଲ୍ୟରେ ଫାଇଟର୍ସ ଗୃପ, ବରଗଡ଼ ଏବଂ ଟାଉନ କ୍ଲବ୍, ପଦମପୁରର ସହଯୋଗରେ ସ୍ଥାନୀୟ ଟାଉନ ହଲ ଠାରେ
ନିଶୁଳ୍କ କର୍କଟ ରୋଗ ନିରୂପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଅବସରରେ କ୍ଲବ୍ ସଭାପତି ପ୍ରିତେଶ ବହିଦାର ସଭାପତିତ୍ୱ କରିଥିଲେ। ଫାଇଟର୍ସ ଗୃପ ର ଅଧ୍ୟକ୍ଷ ଅଶ୍ବିନୀ ଦର୍ଜି ସମୀକ୍ଷା କରିଥିବା ବେଳେ ସଦସ୍ୟା ପ୍ରତିଭା ବାରିକ ମଞ୍ଚ ସଞ୍ଚାଳନ ପରିଚାଳନା କରିଥିଲେ। ଶିବିରରେ ଅନୁଭବୀ କର୍କଟ ବିଶେଷଜ୍ଞ ଡା. ଦିଲିପ କରଙ୍କ ଦ୍ୱାରା କର୍କଟ ରୋଗର ପ୍ରାରମ୍ଭିକ ନିରୂପଣ ପରୀକ୍ଷା କରାଯାଇଥିଲା। ଏହା ସହ ଅସ୍ଥିରୋଗ ବିଶେଷଜ୍ଞ ଡା. ପ୍ରବୀଣ ନାୟକ, ସାଧାରଣ ଚିକିତ୍ସକ ଡା. ସୁନୀଲ ସାହୁ, ସ୍ତ୍ରୀରୋଗ ବିଶେଷଜ୍ଞ ଡା ପ୍ରିତୀଶ ଭୋଇ, ବରଗଡ଼ କ୍ୟାନ୍ସର ୱିଙ୍ଗର ଡା. ଭକ୍ତିଭୂଷଣ ପତି ଏବଂ ଶଲ୍ୟ ବିଶେଷଜ୍ଞ ଡା. ରାକେଶ, ପଦ୍ମପୁର ର ଡାକ୍ତର – ଙ୍କ ଦ୍ୱାରା ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା, ପରାମର୍ଶ ଓ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା। ଫାଇଟର୍ସ ଗୃପର ଅଧ୍ୟକ୍ଷ ଅଶ୍ବିନୀ ଦର୍ଜି , ସଦସ୍ୟ ବିଜୟ ସାହୁ ଓ ଗୋପବନ୍ଧୁ ସିକାଙ୍କ ତତ୍ତ୍ୱାବଧାନରେ ଶିବିର ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ଏପରି ସ୍ୱାସ୍ଥ୍ୟମୂଳକ ପ୍ରୟାସ ଗ୍ରାମାଞ୍ଚଳରେ କର୍କଟ ସଚେତନତା ବୃଦ୍ଧି ସହ ପ୍ରାରମ୍ଭିକ ଚିହ୍ନଟକୁ ଅଧିକ ସୁଗମ କରିବ ବୋଲି ମତ ପ୍ରକାଶ ପାଇଛି। ଶିବିରରେ ପଦ୍ମପୁର ସହର ତଥା ପାଖ ଆଖ ଅଂଚଳ ର ମହିଳା ଓ ପୁରୁଷ ଚିକିତ୍ସା ପରାମର୍ଶ ଗ୍ରହଣ କରିବା ସହ ଚିକିତ୍ସା ପାଇଥିଲେ। ଡିସିବି ପଦ୍ମପୁର ଶାଖା ତରଫରୁ ଏହି ଶିବିର ରେ ଉପସ୍ଥିତ ଥିବା ସମସ୍ତ ଙ୍କୁ ପାନୀୟ ଜଳ, ଫ୍ରୁଟ ଜୁସ ସହିତ ଫଳମୂଳ ବଣ୍ଟନ କରାଯାଇଥିଲା। ଶାଖା ପ୍ରବନ୍ଧକ ଏମ ରାଜେଶ୍ ଙ୍କ ନିରୀକ୍ଷଣ ରେ ଉପ ଶାଖା ପ୍ରବନ୍ଧକ ରାଜୀବ ପଟ୍ଟନାୟକ , ଦିଲ୍ଲୀପ୍ ଭୋଳ ଏବଂ ଅରବିନ୍ଦ ବିଶ୍ୱାଳ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ। ପଦ୍ମପୁର ଜେନିଥ ସ୍କୁଲ ଅପ ନର୍ସିଙ୍ଗ ଏ. ଏନ ଏମ., ଜି. ଏନ ଏମ., ଵି. ଏସ. ସି. (ଏନ)ଏବଂ ଡି ଫର୍ମା ଟିଉଟର ମିସେସ ମୋନାଲିସା ସାହୁ, ମିସେସ ଆର. ବେହେରା,ମିସ ଶ୍ରେଷ୍ଠା ରାଣୀ ସିଂ ,ମିସ ପ୍ରୀତିରାଣୀ ଲୋହାର, ମିସ ଗାୟତ୍ରୀ ବାରିକ, ମିସ ମିତାଲି ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.