ପଦ୍ମପୁର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ।

55


ପଦ୍ମପୁର/ଶିବାଶିଷ ପଟ୍ଟନାୟକ :
– ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନି ସମାରୋହ ରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ ଯୋଗ ଦେଇ ଶିଶୁମାନଙ୍କ ବୈଜ୍ଞାନିକ ଚିନ୍ତାଧାରା କୁ ଦ୍ଵିଗୁଣିତ କରିବା ପାଇଁ ଉତ୍ସାହିତ କରିବା ର ମତବ୍ୟକ୍କ୍ତ କରି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ।ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଚୈତନ୍ଯ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ରଜତ ସାହୁ ଗୁରୁଜୀ ସଂଯୋଜନା କରିଥିବା ବେଳେ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଦ୍ୱାଦଶ କୁମାର ପ୍ରଧାନ ଜ୍ଞାନବିଜ୍ଞାନ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଆର୍ଶିବଚନ ପ୍ରଦାନ କରିଥିଲେ , ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର , କୋଷାଧକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ପ୍ରମୁଖ ମଞ୍ଚାସୀନ ଥିଲେ। ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ସଂକୁଳ ରୁ ୨୮୬ ଜଣ ପ୍ରତିଭାଗୀ ପ୍ରକଳ୍ପ ପ୍ରଦର୍ଶନ, ଗଣିତ, ବିଜ୍ଞାନ, ସଂସ୍କୃତିଜ୍ଞାନ ପ୍ରଶଂମଞ୍ଚ, ଗଣିତ ପ୍ରୟୋଗ, ବିଜ୍ଞାନ ପ୍ରୟୋଗ, ପତ୍ରବାଚନ ଓ କଥା କଥନ । ମୂର୍ତ୍ତିକଳା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମ କୁ ୩୬ଜଣ ପରିଚାଳକ ପରିଚାଳିକା ପରିଚାଳନା କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟ ରୁ ୨୪ ଜଣ ଗଣିତ ଓ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ବିଚାରକ ଭାବରେ ଯୋଗ ଦେଇ ଥିଲେ। ଉଦ୍‌ଯାପନୀ ସମାରୋହ ରେ ୱାସିଂଟନ ଡିସି ବିଶ୍ଵ ବୃହତ ଆର୍ୟୁବିଜ୍ଞାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ କାର୍ତ୍ତିକ ପ୍ରଧାନ ଯୋଗ ଦେଇ ପୁଷ୍ପାର୍ଚ୍ଚନା ପୂର୍ବକ ଉହଯାପନୀ ଘୋଷଣା କରି ଅନେକ ଦିଗରେ ଗବେଷଣା ପୂର୍ବକ ସଫଳତା ହାସଲ କରିବାପାଇଁ ଶିଶୁମାନଙ୍କୁ ମାର୍ଗଦର୍ଶନ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ବିଭାଗ ସ୍ତରକୁ ଭନ୍ନୀତ ସମସ୍ତ ପ୍ରତିଯୋଗୀ ମାନଙ୍କ ଶୁଭକାମନା କରି ନିଜର ବୈଜ୍ଞାନିକ ଅନୁଭୂତି କଥନ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀଯୁକ୍ତ ଜନକ ଲାଲ୍ ମେହେର ଧନ୍ୟବାଦ ଅର୍ପଣ କରିଥଲେ । ତରଣୀ ଗୁରୁଜୀ ସୁଚନା ପ୍ରଦାନ କରିଥିବା ବେଳେ ସୁକାନ୍ତ ଗୁରୁଜୀ ପୁରସ୍କାର କାର୍ଯ୍ୟକ୍ରମ କୁ ସଂପାଦନା କରିଥିଲେ।

Leave A Reply

Your email address will not be published.