ଜିଓର ୫ଜି ନେଟୱର୍କ ସେବାକୁ ନେଇ ଉପଭୋକ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି

9

ଜି.ଉଦୟଗିରି, ୮/୮:(ଅବନୀ କୁମାର ପ୍ରଧାନ)କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସହର ଓ ଏହାର ଆଖପାଖ ଅଞ୍ଚଳରେ ଜିଓର ୫ଜି ନେଟୱର୍କ ସେବାକୁ ନେଇ ଉପଭୋକ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଏପଟେ ଅନ୍ୟ ନେଟୱର୍କ ସିମ୍ ରୁ ଜିଓ ନେଟୱର୍କ କୁ ପରିବର୍ତ୍ତନ ମାଗଣା କରି ବଜାରରେ କମ୍ପାନୀ ଷ୍ଟଲ ଦେଇ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।୫ଜି ରିଚାର୍ଜ୍ କରିଥିଲେ ମଧ୍ୟ ଅନେକ ଉପଭୋକ୍ତାଙ୍କୁ ଠିକ୍‌ ଭାବେ ୪ଜି ସେବା ମଧ୍ୟ ମିଳୁନଥିବା ଅଭିଯୋଗ ହେଉଛି। ଜିଓ କମ୍ପାନୀ ୫ଜି ନାଁରେ ଉପଭୋକ୍ତାଙ୍କୁ ଠକୁଛି ବୋଲି ଅଭିଯୋଗ ଉଠିଛି।ସ୍ଥାନୀୟ ଉପଭୋକ୍ତାଙ୍କ କହିବା ଅନୁଯାୟୀ, ଅନେକ ସମୟରେ ମୋବାଇଲ୍ ରେ ୫ଜି ନେଟୱର୍କ ଦେଖାଉଥିଲେ ମଧ୍ୟ ଇଣ୍ଟରନେଟ୍‌ର ଗତି ଆଶାନୁରୂପ ମିଳୁନାହିଁ। ଭିଡିଓ ଚାଲିବାରେ ସମସ୍ୟା, ଫାଇଲ୍ ଡାଉନଲୋଡ୍‌ରେ ବିଳମ୍ବ ଏବଂ ଅନଲାଇନ୍ ସେବା ବ୍ୟବହାର ସମୟରେ ବାରମ୍ବାର ନେଟୱର୍କ ବିଚ୍ଛିନ୍ନ ହେଉଛି। କେତେକ ଅଞ୍ଚଳରେ ୪ଜି ସେବା ମଧ୍ୟ ସଠିକ୍ ଭାବେ ମିଳୁନଥିବା ଅଭିଯୋଗ ହେଉଛି। ଏହାଦ୍ୱାରା ବିଶେଷକରି ଛାତ୍ରୀଛାତ୍ର, ଅନଲାଇନ୍ କାର୍ଯ୍ୟ କରୁଥିବା ବ୍ୟକ୍ତି, ବ୍ୟବସାୟୀ ଓ ଡିଜିଟାଲ୍ ସେବା ଉପରେ ନିର୍ଭରଶୀଳ ଗ୍ରାହକ ଅସୁବିଧାରେ ପଡ଼ୁଛନ୍ତି। ଉପଭୋକ୍ତା ମାନେ ଜିଓ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଏବଂ ନେଟୱର୍କର ଗୁଣବତ୍ତା ଯାଞ୍ଚ କରିବାକୁ ଦାବି କରିଛନ୍ତି।୫ଜି ରିଚାର୍ଜ୍ କରିଲେ ମଧ୍ୟ ୪ଜି ସେବା ଠିକ୍‌ ଭାବେ ମିଳୁନାହିଁ। ୫ଜି ନାଁରେ ଉପଭୋକ୍ତାଙ୍କୁ ଠକାଯାଉଛି। ଏଭଳି ସେବା ଯୋଗୁଁ ଆମେ ଅସନ୍ତୁଷ୍ଟ,ବୋଲି କେତେକ ଉପଭୋକ୍ତା ଅଭିଯୋଗ କରିଛନ୍ତି।ଜି.ଉଦୟଗିରିରେ ଦୁର୍ବଳ ୫ଜି ସେବା ଏବଂ ୪ଜି ନେଟୱର୍କର ଅବନତିର କାରଣ କ’ଣ ଏବଂ କେବେ ସୁଧାର ଆସିବ, ତାହା ନେଇ ଉପଭୋକ୍ତାଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଜିଓ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଉପଭୋକ୍ତାଙ୍କୁ ଉନ୍ନତ ନେଟୱର୍କ ସେବା ଯୋଗାଇ ଦେବାକୁ ଦାବି ହେଉଛି।

Leave A Reply

Your email address will not be published.