ଭୁବନେଶ୍ୱର ଜୟଦେବ ଭବନରେ ସାମ୍ବାଦିକତା ପାଠ୍ୟକ୍ରମର ସଫଳ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ

16

କାଶୀପୁରର ବୈକୁଣ୍ଠ ଦୁରିଆ ୭୧% ନମ୍ବର ସହ ଉତ୍ତୀର୍ଣ୍ଣ

ଭୁବନେଶ୍ୱର – ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ କଳିଙ୍ଗ ମିଡିଆ ସର୍ଭିସ ଇନଷ୍ଟିଟ୍ୟୁଟ୍ ପକ୍ଷରୁ Professional Course in Journalism & Mass Communication ସଫଳତାର ସହ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା।

ଏହି ଅବସରରେ ପାଠ୍ୟକ୍ରମରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କାର୍ଯ୍ୟରତ ସାମ୍ବାଦିକ ବୈକୁଣ୍ଠ ଦୁରିଆ ୭୧% ପ୍ରତିଶତ ନମ୍ବର ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ପ୍ରମାଣପତ୍ର ଗ୍ରହଣ କରିଥିଲେ। ତାଙ୍କର ଏହି ସଫଳତା କାଶୀପୁର ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।

କାର୍ଯ୍ୟକ୍ରମରେ କଳିଙ୍ଗ ମିଡିଆ ସର୍ଭିସର ସଭାପତି ଗୋକୁଳାନନ୍ଦ ପଟ୍ଟନାୟକ, ସମ୍ପାଦକ ଡ଼. ମହେଶ୍ୱରଙ୍କ ସମେତ ବହୁ ବିଶିଷ୍ଟ ବୁଦ୍ଧିଜୀବୀ, ଅତିଥି ଏବଂ ସଂସ୍ଥାର ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କଳିଙ୍ଗ ମିଡିଆ ସର୍ଭିସ ଇନଷ୍ଟିଟ୍ୟୁଟ୍‌ର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ମଧ୍ୟ ଏହି ସମାରୋହରେ ଯୋଗଦେଇଥିଲେ।

ସମାରୋହରେ ସାମ୍ବାଦିକତା କ୍ଷେତ୍ରରେ ନୈତିକତା, ବୃତ୍ତିଗତ ଦକ୍ଷତା ଓ ସମାଜ ପ୍ରତି ସାମ୍ବାଦିକଙ୍କ ଦାୟିତ୍ୱ ସମ୍ପର୍କରେ ଅତିଥିମାନେ ମତ ପ୍ରକାଶ କରିବା ସହ ସାମ୍ବାଦିକମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବୈକୁଣ୍ଠ ଦୁରିଆଙ୍କ ଏହି ସଫଳତା ପାଇଁ କାଶୀପୁର ବ୍ଲକର ବିଭିନ୍ନ ମହଳରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।

Leave A Reply

Your email address will not be published.