ଓଡ଼ଗାଁ ରଘୁନାଥ ଜିଉଙ୍କ ହୁଣ୍ଡିରୁ ମିଳିଲା ୭ ଲକ୍ଷ ୨୫ ହଜାର ଟଙ୍କା

40


ଓଡ଼ଗାଁ, ୫ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ପ୍ରସିଦ୍ଧ ଶ୍ରୀ ରଘୁନାଥ ଜିଉଙ୍କ ହୁଣ୍ଡି ବୁଧବାର ଖୋଲାଯାଇଛି। ହୁଣ୍ଡିରେ ପଡିଥିବା ଦାନ ଟଙ୍କାର ଗଣତି ମଣତି ପରେ ୮ ଲକ୍ଷ ୯ ହଜାର ୪୯୭ ଟଙ୍କା ମିଳିଥିବା ଜଣାପଡ଼ିଛି। ଏଥିସହିତ ହୁଣ୍ଡିରୁ ୧ ଗ୍ରାମ ୨୦୦ ମିଲିଗ୍ରାମ ସୁନା, ୧୧୬ ଗ୍ରାମ, ରୂପା ଓ ୩ କିଲୋଗ୍ରାମ ପିତଳ ୧କେଜି ୯୦୦ ଗ୍ରାମ ମିଳିଥିବା ସୂଚନା ମିଳିଛି। ଡିଜିଟାଲ ପେମେଣ୍ଟ ସୁବିଧା ପରେ ଏହାର ପରିମାଣ କେତେକାଂଶରେ ହ୍ରାସ ଘଟିଥିବା ଆଶା କରାଯାଉଛି । ହୁଣ୍ଡି ଖୋଲାଯାଇ ଦାନ ଅର୍ଥ ଗଣତି ମଣତି ସମୟରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଆଇଆଇସି ସତ୍ୟନାରାୟଣ ବାରିକ, ମନ୍ଦିର ପରିଚ୍ଛା, ପୂଜକ ପରିଷଦ ଓ ସୁଆର ସେବକ ପରିଷଦର ସଦସ୍ୟ, ଜିଲ୍ଲା ମନ୍ଦିର ପରିଚାଳକ ତାପସ ରଞ୍ଜନ ପଟ୍ଟନାୟକ, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସମେତ ମନ୍ଦିର କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.