ବାଲେଶ୍ବର : ବାଲେଶ୍ଵର ସଦରଥାନା ରସାଳପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତ ଜୁଲାଇ ୧୪, ଦିନ ପ୍ରାୟ ୨.୪୫ ସମୟରେ ୫ ଡକାୟତ ବନ୍ଧୁକ ଦେଖାଇ ବ୍ୟାଙ୍କରେ ଡକାୟତି କରିଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣକୁ ଗିରଫ କରାଯାଇଛି। ଜଣେ ଅଭିଯୁକ୍ତ ବାଲେଶ୍ଵର ଖନ୍ତାପଡା ଥାନା ଇଞ୍ଚୁଡି ଅଞ୍ଚଳର ହୋଇଥିବାବେଳେ ଅନ୍ୟ ୨ଜଣଙ୍କ ଘର ପଶ୍ଚିମବଙ୍ଗ। ଜଣେ ଅଭିଯୁକ୍ତଙ୍କ ଠାରୁ ୭ହଜାର ୫୦୦ଟଙ୍କା ଓ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି।