ସ୍ଵେଚ୍ଛାସେବୀ ଅନୁଷ୍ଠାନ ” ଆଶା” ତରଫରୁ ଚଳିତ ଶିକ୍ଷାବର୍ଷ ସକାଶେ ପାଠ୍ୟ ଉପକରଣ ବଣ୍ଟନ

38

କେନ୍ଦୁଝର: ୦୪/୦୮/୨୦୨୬- ଜିଲ୍ଲାର ବାଂଶପାଳ ବ୍ଲକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ ଉପାନ୍ତ ଗାଁ ଘୁଙ୍ଗିର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ” ଆଶା” ତରଫରୁ ଚଳିତ ଶିକ୍ଷାବର୍ଷ ସକାଶେ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି।
ଘୁଙ୍ଗି ଏକ ଆଦିବାସୀ ଅଧ୍ୟୁଷିତ ଗାଁ। ସବୁ ପରିବାର ଜୁଆଙ୍ଗ ବର୍ଗର। କହିବାକୁ ଗଲେ ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ବଞ୍ଚନ୍ତି। ଗାଁରେ ବିଦ୍ୟାଳୟଟିଏ ଅଛି। ପିଲାଙ୍କୁ ମାଗଣାରେ ପୋଷାକ, ଜୋତା, ବହି ମିଳେ। କିନ୍ତୁ, ଅନ୍ୟ ପାଠ୍ୟ ଉପକରଣ ଯଥା- ଖାତା, କଲମ, ପେନ୍, ପେନ୍ ସିଲ୍ ଇତ୍ୟାଦି ନିଜକୁ କିଣିବାକୁ ପଡେ। ପିତା ମାତାଙ୍କ ଅଭାବ ଯୋଗୁଁ ଏସବୁ ଯୋଗାଇ ଦେବା ସମ୍ଭବ ହୁଏ ନାହିଁ। ଏ କଥା ” ଆଶା” ଦୃଷ୍ଟିକୁ ଆସିଲା।

ଇତିମଧ୍ୟରେ ଆଶା ତରଫରୁ ଗାଁର ମୋଟ ବତିଶି ଛାତ୍ରଛାତ୍ରୀମାନଙ୍କୁ ଖାତା, କଲମ, ପେନ୍ ସିଲ୍, ରବର, କଟର, ସ୍କେଲ୍, ପେନ୍ ସିଲ୍ ବକ୍ସ, ଜ୍ୟାମିତି ବାକ୍ସ, ସ୍ଲେଟ୍, ଖଡି, ବହି ମଲାଟ, ନେମ୍ ପ୍ଲେଟ୍, ରଙ୍ଗ ପେନ୍, ଅଠା ଇତ୍ୟାଦି ଯୋଗାଇ ଦିଆଯାଇଛି। ବିଦ୍ୟାଳୟର ଶିକ୍ଷକ ଏବଂ ଗାଁର କେତେକ ଭଦ୍ର ଲୋକଙ୍କ ଉପସ୍ଥିତିରେ ଆଶାର ସ୍ଵେଚ୍ଛାସେବୀ ଶ୍ରୀମାନ ବିଜୟ କୁମାର ଘଣା ଓ ଶ୍ରୀମାନ ହିରୋ ମହାକୁଡ଼ ଏ ସମସ୍ତ ସାମଗ୍ରୀ ବଣ୍ଟନ କରିଛନ୍ତି। ଗାଁ ଲୋକେ ” ଆଶା” ର ସ୍ଵେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.