ଧରଣୀଧର ବିଶ୍ୱବିଦ୍ୟାଳୟ ଦ୍ୱାରା “ନିଶା ମୁକ୍ତ ଯୁବ ଅଭିଯାନ” ଶୁଭାରମ୍ଭ

10

କେନ୍ଦୁଝର,ତା ୩/୮- ଜାତୀୟ ସେବା ଯୋଜନା, ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସଂସ୍କୃତିଭବନ ମଣ୍ଡୁଆ, କେନ୍ଦୁଗଡ଼ ଠାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ “ନିଶା ମୁକ୍ତ ଯୁବା” କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି l ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବା କାର୍ଯ୍ୟକ୍ରମ କ୍ରମରେ, ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟ, ଗୋନାସିକା ମହାବିଦ୍ୟାଳୟ ଓ କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରୁ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ବ୍ରହ୍ମlକୁମାରୀ ଇଶ୍ଵରୀୟ ମହାବିଦ୍ୟାଳୟ ଭଉଣୀମାନେ, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଯୁବ ସ୍ବେଚ୍ଛାସେବୀ ମାନେ ମିଶି ମୋଟ ୪୦୭ ଜଣ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l

ଧରଣୀଧର ବିଦ୍ୟାଳୟର କୁଳପତି ଡକ୍ଟର ସଞ୍ଜୟ କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ, କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ “ନିଶାମୁକ୍ତ ଯୁବା” ସଙ୍କଳ୍ପ ପାଠ କରାଇଥିଲେ ଏବଂ ନିଶାମୁକ୍ତ ଭାରତ ଗଠନ ପାଇଁ ଆହ୍ୱାନ ଦେଇଥିଲେ l କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି,ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ପରିଚାଳିକା ବିନ୍ଦୁ ଭଉଣୀ ସମ୍ମାନୀୟ ଅତିଥି, ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧକ୍ଷ ଶ୍ରୀ ଭକ୍ତବତ୍ସଳ ମହାନ୍ତି ବିଶେଷ ଅତିଥି ଭାବେ ଯୋଗଦେଇ ବିକଶିତ ଭାରତ ଗଠନରେ ଯୁବକଙ୍କ ଭୂମିକା, ନିଶାମୁକ୍ତ ଯୁବା ଅଭିଯାନକୁ ସଫଳ କରିବା, ଯୁବଗୋଷ୍ଠୀ ନିଶା ଠାରୁ ଦୂରେଇ ରହିବା, ଯୋଗ ପ୍ରାଣାୟାମ କରବା ବିଷୟରେ ବୁଝାଇଥିଲେ l ଭିଡ଼ିଓ ସ୍କ୍ରିନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ନିଶାମୁକ୍ତ ଯୁବା”ର ବାର୍ତ୍ତା ଶୁଣିଥିଲେ l ସାରା ଦେଶରୁ ଯୋଡି ହୋଇଥିବା ଏହି କାର୍ଯ୍ୟକ୍ରମରେ ଧରଣୀଧର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସିଧାସଳଖ ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହୋଇଥଲେ l ଜାତୀୟ ସେବା ଯୋଜନାର ବ୍ୟୁରୋ ଡକ୍ଟର ସରିତା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରଥିଲେ ଏବଂ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୁନୀଲ କୁମାର ସାହୁ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.