ରୋଷେୟା ସହାୟକଙ୍କ ଅଭିଯୋଗ – ଏସଟି,ଏସଇ ବିଭାଗ ଅର୍ଦ୍ଧକୁଶଳୀ ଶ୍ରମିକ ପରିଚୟ ଦେଇ ୨୪ ଘଣ୍ଟା ଖଟାଉଛନ୍ତି।

8

କେନ୍ଦୁଝର,ତା୩/୮- କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ଲକ୍ ରୁ ଆସିଥିବା Cook-Cum-Attendant ବା CCA ମାନେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଚରମ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ସେମାନଙ୍କୁ ST, SC ବିଭାଗ ଅର୍ଦ୍ଧକୁଶଳୀ ଶ୍ରମିକ ପରିଚୟ ଦେଇ କେବଳ ରୋଷେଇ ପାଇଁ ନୁହେଁ, ଛାତ୍ରାବାସ ଓ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ପାଇଁ ଦିନରାତି ୨୪ ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଉଛି। ଛୁଟି ମାଗିଲେ ମିଳୁନି ‘ଚାକିରି ଛାଡ’ ବୋଲି ଧମକ ଦିଆଯାଉଛି। ଜିଲ୍ଲାର ସମସ୍ତ ବ୍ଲକ୍ ରୁ ଆସିଥିବା ପ୍ରାୟ ସମସ୍ତ ବ୍ଲକ୍ ର CCA ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକାଠି ହୋଇ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।
ଅଭିଯୋଗକାରୀମାନଙ୍କ କହିବା ଅନୁସାରେ ସେମାନଙ୍କୁ କେବଳ ରୋଷେଇ ସହାୟକ ଭାବେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସେମାନଙ୍କ ଦ୍ୱାରା ପିଅନ, ଝାଡୁଦାର, ମାଳି, ଗେଟ୍ କିପର, ବଜାର ଆଣିବା ଏବଂ ରାତ୍ରି ଜଗୁଆଳି ଭଳି ସମସ୍ତ କାର୍ଯ୍ୟ କରାଉଛନ୍ତି। ସାପ୍ତାହିକ ଛୁଟି କିମ୍ବା ସିଫ୍ଟ ବ୍ୟବସ୍ଥା ନଥିବାରୁ ଜଣେ କର୍ମଚାରୀଙ୍କୁ ମାସର ୩୦ ଦିନ ଲଗାଣ ଡ୍ୟୁଟି କରିବାକୁ ପଡୁଛି। ମାତ୍ର ୧୪,୫୦୦ ଟଙ୍କା ଦରମା ପାଉଥିବା ବେଳେ ଶ୍ରମ ଆଇନ ଅନୁସାରେ ମିଳିବା କଥାଥିବା Overtime ମଧ୍ୟ ଦିଆଯାଉ ନାହିଁ। ଏହା ବ୍ୟତୀତ HRMSରେ ନାମ ଥିବାରୁ ସେମାନଙ୍କୁ ସୁଭଦ୍ରା ଯୋଜନା ଭଳି ସରକାରୀ ସୁବିଧାରୁ ମଧ୍ୟ ବଞ୍ଚିତ କରାଯାଉଛି। ଅଭିଯୋଗପତ୍ର ଗ୍ରହଣ କରି ଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀ ମାନେ ‘ଏ ସ୍ତରେ ସମାଧାନ ସମ୍ଭବ ନୁହେଁ’ ବୋଲି କହିଥିଲେ। ଏନେଇ CCA ମାନେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ଓ ଦୋଷୀ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ସେମାନେ ନ୍ୟାୟପାଇଁ ହାଇୋର୍ଟଙ୍କ ଦ୍ବାରସ୍ଥ ଓ ଭୁବନେଶ୍ୱରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.