ବାଣପୁର:(ସେକ୍ କୌସର):-ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ, ଓଡିଶା ଏବଂ ମାଇଁ ଭାରତ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ,ଭାରତ ସରକାରଙ୍କ ମିଳିତ ସହଯୋଗରେ ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲିଟଲ ଫ୍ଲାୱାର ପବ୍ଲିକ ସ୍କୁଲ,ପରିସରରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୀଳଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତ ସରପଞ୍ଚ କୁନ୍ତୀ ଯାନୀ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ଓ ଯୁବସମାଜ ହେଉଛନ୍ତି ଆମ ଦେଶର ଭବିଷ୍ୟତ।ସେମାନେ ଜାଗ୍ରତ ହେଲେ ନିଶା ଦୂରେଇଯିବା ସହିତ ପରିବାରରେ ସୁଦ୍ଧାର ଆସିବା ସାଙ୍ଗକୁ ଦେଶ ଅନେକ ଆଗକୁ ବଢିବ ବୋଲି ମତ ରଖିଥିଲେ।ଲିଟଲ ଫ୍ଲାୱାର ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ପ୍ରଭାତ କୁମାର ନାୟକ ତାଙ୍କର ବକ୍ତ୍ତବ୍ୟରେ ନିଶା କିପରି ପରିବାର ଓ ସମାଜର କ୍ଷତି କରିପାରେ ଏବଂ ନିଶାକୁ କିପରି ଆମେ ନିୟନ୍ତ୍ରଣ କରିପାରିବା ସହ ଏଥିରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ।ଡ. ପ୍ରଦୀପ କୁମାର ସେଠୀଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଯୁବଶକ୍ତି ହେଉଛନ୍ତି ଦେଶର ସବୁଠାରୁ ବଡ ସମ୍ପଦ ଯଦି ଯୁବକ ମାନେ ନିଶାମୁକ୍ତ,ଶୃଙ୍ଖଳିତ,ସୁସ୍ଥ ଓ ଶିକ୍ଷିତ ହେବେ ତେବେ ସମାଜ ଓ ରାଷ୍ଟ୍ର ନିଶ୍ଚିତ ଭାବରେ ବିକଶିତ ହେବ ବୋଲି ମତପ୍ରକାଶ କରିଥିଲେ।ସମାଜସେବି ପ୍ରଦୀପ କୁମାର ଯାନୀ ଉକ୍ତ ଆଲୋଚନା ଚକ୍ରରେ ଆମେ ନିଶାମୁକ୍ତ ରହିବା,ଅନ୍ୟମାନଙ୍କୁ ସଚେତନ କରିବା ସମେତ ପ୍ରତ୍ୟେକ ପରିବାର,ଗ୍ରାମ,ଶିକ୍ଷାଅନୁଷ୍ଠାନ ଆଦି ନିଶାମୁକ୍ତ କରିବାରେ ସହଯୋଗ କରିବା ବୋଲି କହିଥିଲେ।ଏହାପରେ ସମସ୍ତେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ” ର ବାର୍ତ୍ତାକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଖିଥିଲେ।ଶେଷରେ ପୀତବାସ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.