ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରୁଛି ଉତ୍କଳ ଆଲୁମିନା

54


ଭୁବନେଶ୍ୱର: ସମାବେଶୀ ଓ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ନିଜର ପ୍ରତିବଦ୍ଧତାର ଅଂଶ ଭାବରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍‍)ର ସିଏସ୍‍ଆର ପ୍ରୟାସସମୂହ ତୃଣମୂଳ ସ୍ତରରେ ଅର୍ଥନୈତିକ ସ୍ୱାବଲମ୍ବନଶୀଳତା ଏବଂ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏକାଧିକ ମହିଳା-କୈନ୍ଦ୍ରିକ ଜୀବିକା ଉପାର୍ଜନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛି ।
ଏହି ପ୍ରୟାସଗୁଡିକ ରାୟଗଡା ଓ କଳାହାଣ୍ଡି ଜିଲ୍ଲାଗୁଡିକର କାଶିପୁର ଓ ଥୁଆମୂଳ ରାମପୁର ବ୍ଲକଗୁଡିକରେ ପାରିପାଶ୍ୱର୍ିକ ଓ ଖଣି-ପ୍ରଭାବିତ ଗ୍ରାମଗୁଡିକରେ ମହିଳାମାନଙ୍କୁ ସମର୍ଥନ ଯୋଗାଇଦେବାକୁ ହାତକୁ ନିଆଯାଇଛି ।
ଏ ସମ୍ପର୍କରେ ପ୍ରକାଶ କରି ଶ୍ରୀ କୈଳାସ ପାଣ୍ଡେ, ମାଇନିଂ ବିଜିନେସ୍‍ ହେଡ, ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ କହିଛନ୍ତି, “ହିଣ୍ଡାଲ୍‍କୋର ଆମର ବିଶ୍ୱାସ ଯେ ଗୋଷ୍ଠୀଗୁଡିକ ଯେତେବେଳେ ପ୍ରଗତିରେ ସକ୍ରିୟ ସହଭାଗୀ ହୁଅନ୍ତି ସେତେବେଳେ ବାସ୍ତବ ବିକାଶ ଆରମ୍ଭ ହୁଏ । ବାଫିଲମାଳି ଖଣି ଚତୁର୍ପାଶ୍ୱର୍ରେ ଆମର ମହିଳା-ନେତୃତ୍ୱ ଜୀବିକା ଉପାର୍ଜନ ପ୍ରୟାସଗୁଡିକ ଜରିଆରେ ଆମେ ଆୟର ସୁଯୋଗଗୁଡିକ ସୃଷ୍ଟି କରିବା ସହିତ ଔଦ୍ୟୋଗିକତା, ଆତ୍ମବିଶ୍ୱାସ ଓ ଦୀର୍ଘସୂତ୍ରୀ ସ୍ୱାବଲମ୍ବନଶୀଳତାକୁ ପରିପୋଷଣ କରୁଛୁ । ସଶକ୍ତ ମହିଳାମାନେ ଦୀର୍ଘସ୍ଥାୟୀ ଗୋଷ୍ଠୀ ରୂପାନ୍ତରଣ ନିମନ୍ତେ ମଜଭୁତ ପରିବର୍ତ୍ତନକାରୀ ଅଟନ୍ତି । ଅର୍ଥନୈତିକ ସ୍ୱାଧୀନତା ଦିଗରେ ସେମାନଙ୍କ ଯାତ୍ରାକୁ ସମର୍ଥନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ ।
ପ୍ରୋଜେକ୍ଟ ଶକ୍ତି ଓ ପ୍ରୋଜେକ୍ଟ ଗ୍ରାମ୍ୟ ଶକ୍ତି ଅଧୀନରେ ୟୁଏଆଇଏଲ୍‍ ଅଣ୍ଡିରାକଞ୍ଚ, ପାଇକକୁପଖାଲ, ନାରିଙ୍ଗଯୋଡି ଏବଂ ଯୋଗିପରିତୁଣ୍ଡା ଗ୍ରାମଗୁଡିକରେ ଦୀର୍ଘସ୍ଥାୟୀ ଔଦ୍ୟୋଗିକତା ଏବଂ ଆୟକାରୀ ସୁଯୋଗଗୁଡିକୁ ପ୍ରୋତ୍ସାହିତ କରି ପ୍ରାୟ ୨୦୦ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିଛି । ସିଏସ୍‍ଆର ଏନଜିଓ ଏବଂ ଆସା (ଏଏସ୍‍ଏସ୍‍ଏ) ଏନଜିଓ ସହଯୋଗୀତାରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରୟାସଗୁଡିକ ମହିଳାମାନଙ୍କୁ ଧୂପକାଠି (ଅଗରବତୀ) ଓ କାଗଜ ପ୍ଲେଟ ତିଆରି, ଚାନ୍ଦୁଆ କାମ, ଝୋଟ ଓ କାନଭାସ୍‍ ସାମଗ୍ରୀ, ରାତ୍ରିକାଳୀନ ପରିଧାନ, ଫିନାଇଲ ପ୍ରସ୍ତୁତି ଏବଂ ମାଣ୍ଡିଆ ଭିତ୍ତିକ ଖାଦ୍ୟ ପ୍ରକ୍ରିୟାକରଣାରେ ଦକ୍ଷତା ବିକାଶ ଜରିଆରେ ସମର୍ଥନ କରିଛି ।
ମହିଳାମାନେ ସେମାନଙ୍କର ଉଦ୍ୟୋଗ ସ୍ଥାପନ ଓ ପରିଚାଳନା ନିମନ୍ତେ ତାଲିମ, ଯନ୍ତ୍ରପାତି, ଉପକରଣ, କଞ୍ଚାମାଲ ଏବଂ ବୈଷୟିକ ମାର୍ଗଦର୍ଶନ ସମେତ ପୂର୍ଣ୍ଣାଙ୍ଗ ସମର୍ଥନ ଲାଭ କରିଛନ୍ତି । ଉତ୍ପାଦନକୁ ଶୃଙ୍ଖଳିତ କରିବା, ସମ୍ବଳ ପ୍ରାପ୍ତି ନିମନ୍ତେ ଉନ୍ନତ ସୁଯୋଗ ସୃଷ୍ଟି ତଥା ସାମଗ୍ରିକ ଔଦ୍ୟୋଗିକତା ସୁଦୃଢ କରିବାକୁ ଉତ୍ପାଦକ ଗୋଷ୍ଠୀଗୁଡିକ ଗଠନ କରାଯାଇଛି । ସହଭାଗୀ ଏନ୍‍ଜିଓ ଏବଂ ୟୁଏଆଇଏଲ ଦ୍ୱାରା ବଜାର ସଂଯୋଗୀକରଣକୁ ସୁଗମ କରାଯିବା ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ମେଳା, ପ୍ରଦର୍ଶନୀ ଓ ଅନ୍ୟ ବିପଣନ ପ୍ଲାଟଫର୍ମଗୁଡିକରେ ଅଂଶଗ୍ରହଣ ଦ୍ୱାରା ମହିଳାମାନେ ସେମାନଙ୍କର ବଜାର ପହଞ୍ଚ ପରିବ୍ୟାପ୍ତ କରିବା, ସେମାନଙ୍କର ଔଦ୍ୟୋଗିକ ଦକ୍ଷତାରେ ବୃଦ୍ଧି ଘଟାଇବା ଏବଂ ଦୀର୍ଘସ୍ଥାୟୀ ଜୀବିକା ସୃଷ୍ଟି କରିବାକୁ ସମର୍ଥ ହୋଇଛନ୍ତି । ଏହି ପ୍ରୟାସଗୁଡିକ ପ୍ରୋଜେକ୍ଟ ଗ୍ରାମଗୁଡିକରେ ଗ୍ରାମୀଣ ମହିଳାଙ୍କ ମଧ୍ୟରେ ଆତ୍ମନିର୍ଭରତା ଏବଂ ଅର୍ଥନୈତିକ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଦିଗରେ ଇଲ୍ଲେଖନୀୟ ଅବଦାନ ରଖିଛି ।


ବଜାର ସଂଯୋଗୀକରଣକୁ ସୁଦୃଢ କରିବା ନିମନ୍ତେ ୟୁଏଆଇଏଲ ନିକଟରେ ଆସା ଏନଜିଓ ସହିତ ସହଭାଗୀତାରେ ଓଷାପଡା, ଟିକିରିଠାରେ ଏକ ଉତ୍ସର୍ଗୀକୃତ ଖୁଚୁରା ବିକ୍ରୟ କେନ୍ଦ୍ର “ମାଣ୍ଡିଆ ରାଣୀ” ଆରମ୍ଭ କରିଛି । ଏହି ବିକ୍ରୟ କେନ୍ଦ୍ର ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ବିବିଧ ଜୀବିକା ଉପାର୍ଜନ ପ୍ରକଳ୍ପଗୁଡିକ ଅଧୀନରେ ପ୍ରସ୍ତୁତ ଉତ୍ପାଦଗୁଡିକର ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ଏକ ମଞ୍ଚ ଭାବରେ କାର୍ଯ୍ୟ କରୁଛି । ଉଲ୍ଲେଖଯୋଗ୍ୟ ଯେ ମହିଳା ଗୋଷ୍ଠୀଗୁଡିକ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ଲଡୁ ସମ୍ପ୍ରତି ନିୟମିତ ଭାବରେ ବିଦ୍ୟାଳୟଗୁଡିକୁ ଯୋଗାଇ ଦିଆଯାଉଛି, ଯାହା ହିତାଧିକାରୀମାନଙ୍କ ନିମନ୍ତେ ଏକ ସ୍ଥିର ଆୟର ଉତ୍ସ ହୋଇଛି ।
ଏହି ପ୍ରୟାସଗୁଡିକ ସହିତ ସଂପୃକ୍ତ ମହିଳାମାନେ କହିଛନ୍ତି ଯେ କାର୍ଯ୍ୟକ୍ରମଗୁଡିକ ସେମାନଙ୍କର ଆୟରେ କେବଳ ଉନ୍ନତି ଆଣିନାହିଁ, ତାହାସହିତ ସେମାନଙ୍କର ଆତ୍ମବିଶ୍ୱାସ ଓ ସାମାଜିକ ସ୍ଥିତିରେ ମଧ୍ୟ ଉନ୍ନତି ଆଣିଛି । ସେମାନଙ୍କ ମଧ୍ୟରୁ ଅନେକ ସମ୍ପ୍ରତି ପାରିବାରିକ ଆୟରେ ଉଲ୍ଲେଖନୀୟ ଅବଦାନ ରଖୁଛନ୍ତି ଏବଂ ନିଜକୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ବୋଲି ଗର୍ବର ସହିତ କହୁଛନ୍ତି ।

ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜ ପ୍ରତି ନିରନ୍ତର ପ୍ରତିଦାନ ରଖିବାର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି ଏବଂ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଜୀବନକୁ ସ୍ପର୍ଶ କରୁଛି । ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଦିତ୍ୟ ବିର୍ଲା ସେଣ୍ଟର ପର୍‍ କମୁ୍ୟନିଟି ଇନିସିଏଟିଭ୍‍ସ୍‍ ଆଣ୍ଡ ରୁରାଲ ଡେଭେଲପମେଣ୍ଟ ଅଧୀନରେ ଗ୍ରୁପ୍‍ର ସିଏସ୍‍ଆର କାର୍ଯ୍ୟକ୍ରମ ପରିଚାଳିତ ହେଉଛି । ଗ୍ରୁପ୍‍ ନିଜର ବ୍ୟବସାୟ ପରିଚାଳନା କରୁଥିବା ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସକ୍ରିୟ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି । ଏଭଳି କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ, ଦୀର୍ଘସ୍ଥାୟୀ ଜୀବନ ଧାରଣ ପନ୍ଥା ନିର୍ମାଣ ଏବଂ ରାଷ୍ଟ୍ରର ମାନବ ବିକାଶ ସୂଚୀରେ ଉନ୍ନତି ଆଣିବାର ପ୍ରଚେଷ୍ଟା କରାଯାଉଛି । ଗ୍ରୁପ୍‍ର ସିଏସଆର୍‍ ଲକ୍ଷ୍ୟ ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବାକୁ ୟୁଏନ୍‍ଏସଡିଜିର ଲକ୍ଷ୍ୟସମୂହ ସହିତ ମେଳଖାଉଛି ।

Leave A Reply

Your email address will not be published.