ସଡ଼କ ଦୁର୍ଘଟଣା ରେ ଅଧ୍ୟାପକ ଙ୍କ ମୃତ୍ୟୁ।

344


ପଦ୍ମପୁର /ଶିବାଶିଷ ପଟ୍ଟନାୟକ:-
ପାଇକମାଲରେ ରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପାଇକମାଲ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ହେମନ୍ତ କୁମାର ସାହୁ ଶୁକ୍ରବାର କଲେଜ କାର୍ଯ୍ୟ ସମାପ୍ତ କରି ବାଇକ୍ ଯୋଗେ ପାଇକମାଲ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଏକ କପଡ଼ା ଦୋକାନକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଅନ୍ୟ ଏକ ବାଇକ୍ ସହ ତାଙ୍କ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ, ଉଭୟ ବାଇକ୍ ଚାଳକ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଆହତ ଦୁଇଜଣଙ୍କୁ ପାଇକମାଲ ସରକାରୀ ଚିକିତ୍ସାଳୟକୁ ପହଞ୍ଚାଇଥିଲେ । ସେଠାରେ ଅଧ୍ୟାପକ ହେମନ୍ତ କୁମାର ସାହୁଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବରଗଡ଼ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସୋହେଲାକୁ ପାଖରେ ତାଙ୍କର ମୃତ୍ୟୁ ଘଟିଥିଲା । ଅଧ୍ୟାପକ ହେମନ୍ତ କୁମାର ସାହୁ ପଦ୍ମପୁର ନିକଟସ୍ଥ ବୁଡ଼େନ ଗାଁର ନିଜ ଚାଷ ଜମି ରେ ଅନ୍ତେଷ୍ଟି କରାଯାଇଥିବା ବେଳେ ବାପା ମିନକେତନ ମୁଖଗ୍ନି ଦେଇଥିଲେ । ଏକ ବର୍ଷ ଧରି ପାଇକମାଲ କଲେଜ ଅଧ୍ୟାପକ ଥିଲେ । ଜଣେ ଦକ୍ଷ, ମେଳାପୀ ଓ ଛାତ୍ରଛାତ୍ରୀଙ୍କ ପ୍ରିୟ ଶିକ୍ଷକ ଭାବେ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗରେ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଗଭୀର ଶୋକର ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.