ଜଗତସିଂହପୁର-ତା -୩୧. ୦୭.୨୦୨୬ ରିଖ: ଜିଲ୍ଲାରେ ବନ୍ୟା ଜନିତ ସ୍ଥିତି ନିମନ୍ତେ ଗତକାଲି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଅଧିକାରୀମାନଙ୍କ ସହିତ ସମୀକ୍ଷା କରି ବିଭାଗୀୟ ଅଧିକାରୀ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ର ୪ ଜଣ ବରିଷ୍ଠ ଅଧିକାରୀ ଙ୍କୁ ବନ୍ୟାଞ୍ଚଳ ସ୍ଥିତି ଅନୁଧ୍ୟାନ ନିମନ୍ତେ ଦାୟିତ୍ୱ ଦିଆଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲେ ଙ୍କୁ ଜଗତସିଂପୁର ବ୍ଲକ୍, ପୌରାଂଚଳ ଓ ନାଉଗାଁ ବ୍ଲକ ର ଦାୟିତ୍ୱ ଦିଆଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କୁ ତିର୍ତୋଲ, ବିରିଡି ଓ ରଘୁନାଥପୁର ବନ୍ୟା ପ୍ରଭାବିତ ଅଞ୍ଚଳ ର ଦାୟିତ୍ୱ ଦିଆଯାଇଛି ।ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଙ୍କୁ ବାଲିକୁଦା ଏରସମା ବ୍ଲକ ଓ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଂଜନ ବେହେରା ଙ୍କୁ କୁଜଙ୍ଗ ବ୍ଲକ ଓ ପାରାଦ୍ଵୀପ ମ୍ୟୁନିସିପାଲିଟୀ ଦାୟିତ୍ୱ ଦିଆଯାଇଛି।ଅଧିକାରୀ ମାନେ ବନ୍ୟାଞ୍ଚଳ ଗୁଡିକୁ ପରିଦର୍ଶନ କରି ସମୀକ୍ଷା କରିବା ସହ ଆଶ୍ରୟ ସ୍ଥଳୀ ରେ ଥିବା ଲୋକମାନଙ୍କ ସୁବିଧା ଅସୁବିଧା କଥା ବୁଝିଥିଲେ।ସେମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ପଲିଥିନ, ଔଷଧ, କିଶୋରୀ ଓ ମହିଳା ଙ୍କୁ ସାନିଟାରୀ ନ୍ୟାପକିନ୍ ଆଦି ବଣ୍ଟନ କରାଯାଇଛି। ଜିଲ୍ଲାରେ ମହାନଦୀ ଓ ଦେବୀ ନଦୀ ରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁ କୁଜଙ୍ଗ , ବିରିଡି, ନାଉଗାଁ,ତିର୍ତ୍ତୋଲ, ରଘୁନାଥପୁର , ବାଲିକୁଦା ବ୍ଲକ୍ ପ୍ରଭାବିତ ହୋଇଛି।
ଆଜି ଅପରାହ୍ନ ୪.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ତିର୍ତ୍ତୋଲ ବ୍ଲକରେ ୭ ଟି ଗ୍ରାମ ପଞ୍ଚାୟତ ର ୭ ଟି ରାଜସ୍ବ ଗ୍ରାମ, କୁଜଙ୍ଗ ବ୍ଲକରେ ୬ ଟି ଗ୍ରାମ ପଞ୍ଚାୟତ ର ୮ ଟି ଗ୍ରାମ , ବିରିଡି ବ୍ଲକରେ ୪ ଗ୍ରାମ ପଞ୍ଚାୟତ ର ୫ ଗ୍ରାମ, ନାଉଗାଁ ବ୍ଲକ ର ୧ ପଂଚାୟତ ର ୨ ଗ୍ରାମ, ବାଲିକୁଦା ବ୍ଲକ ର ୨ ପଞ୍ଚାୟତ ପ୍ରଭାବିତ ହୋଇଥିବାର ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ପ୍ରାପ୍ତ ହୋଇଛି।କୁଜଙ୍ଗ ଜିଲ୍ଲାନାସୀ ପଞ୍ଚାୟତ ର ସାହାରଡିଆ ବାହ୍ୟ ଜଗତରୁ ବିଛିନ୍ନ ରହିଥିବା ବେଳେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ , ବିଡ଼ିଓ ତହସିଲଦାର ବୋଟ ଯୋଗେ ସେଠାରେ ପହଞ୍ଚି ଶୁଖିଲା ଖାଦ୍ୟ, ପଲିଥିନ, ଔଷଧ ଆଦି ଯୋଗାଇବା ସହ ସୁବିଧା ଅସୁବିଧା କଥା ବୁଝିଥିଲେ ।ଜିଲ୍ଲା ରେ ମୋଟ ୬୫୭୪ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୨୮୮ ଜଣଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ୨୩ ଟି ଫ୍ରୀ କିଚେନ ସେଣ୍ଟର୍ ରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ପ୍ରଭାଵିତ ମାନଙ୍କୁ ଚୁଡା, ଗୁଡ଼, ପଲିଥିନ୍ ରୋଲ୍ ଯୋଗାଇ ଦିଆଯାଇଛି।
ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବ୍ଲକ୍ ର ସି ଏଚ୍ ସି ରେ ୧୧ ଟି ୨୪*୭ କଣ୍ଟ୍ରୋଲ ରୁମ ଖୋଲାଯାଇଛି। DHH କଣ୍ଟ୍ରୋଲ ରୁମ no ୦୬୭୨୪-୨୯୫୪୨୭ । ୯ ଟି ମୋବାଇଲ health ଟିମ୍, ୧୫ ଟି ୧୦୮ ଆମ୍ବୁଲାନ୍ସ, ୧୨ ଟି ୧୦୨ଆମ୍ବୁଲାନ୍ସ ଓ DHH ରେ ୨ ଟି BLS (ବେସିକ୍ ଲାଇଫ ସପୋର୍ଟ) ଆମ୍ବୁଲାନ୍ସ ରହିଛି। ୪ ରାପିଡ ରେସ୍ପନ୍ସ ଟିମ୍ ନିୟୋଜିତ ହୋଇଛି।୨୪୭୦ ଟି କୂପ କୁ ବିଶୋଧିତ କରାଯାଇଛି।୧୦୫ ଗର୍ଭବତୀ ମହିଳା ଙ୍କୁ ମା ଗୃହ, ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୫୬ ଜଣଙ୍କର ପ୍ରସବ ହୋଇ ଥିବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।୪୬୮୦ ଟି ପାଣି ବୋତଲ, ୭୩୦୦ ପାଣି ପାଉଚ୍ ଯୋଗାଇ ଦିଆଯାଇଛି। ୮ ଟି ପାଣି ଟ୍ୟାଙ୍କର ୧ ଟି ମୋବାଇଲ ୱାଟର ଟ୍ରିଟମେଣ୍ଟ ୟୁନିଟ୍ ଜିଲ୍ଲା ରେ ନିୟୋଜିତ ହୋଇଛି।ସମୁଦାୟ ୬୮୧୯ ଟି ବଡ ଓ ୩୪୩୦ ଟି ଛୋଟ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି।ସେମାନଙ୍କୁ ୨୨୯ କ୍ଵିଣ୍ଟାଲ ପଶୁ ଖାଦ୍ୟ ଓ ୪୫ କ୍ଵିଣ୍ଟାଲ ଗ୍ରୀନ ଫୋଡର ଯୋଗାଇ ଦିଆଯାଇଛି। ୧୬ ଟି ପଶୁ ଚିକିତ୍ସା ଶିବିର ଖୋଲାଯାଇ ୮୩୯ ଟି ପଶୁଙ୍କୁ ଚିକିତ୍ସା କରାଯାଇଛି ବୋଲି ବିଭାଗୀୟ ଅଧିକାରୀ ଙ୍କ ନିକଟରୁ ସୂଚନା ମିଳିଛି। ୨୪୭୦ ହେକ୍ଟର ଶସ୍ୟ କ୍ଷେତ୍ର ବନ୍ୟା ଜଳ ଯୋଗେ ଜଳମଗ୍ନ ହୋଇଥିବା ବେଳେ ୩୦୩୯ ହେକ୍ଟର ତଳି ଘେର, ୧୨ ହେକ୍ଟର ମାଣ୍ଡିଆ କ୍ଷେତ,୬୩.୫ ହେକ୍ଟର ପରିବା ଚାଷ ଜମି ଜଳମଗ୍ନ ରହିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ ବଣ୍ଟନ ନିମନ୍ତେ ଓଡ଼୍ରାଫ୍ ଟିମ୍ ଓ ଏନ୍.ଡି.ଆର୍.ଏଫ୍ ଟିମ୍ ନିୟୋଜିତ କରାଯାଇଛି। ।ବନ୍ୟା ଛାଡିଲା ପରେ ପାନୀୟ ଜଳ ଉତ୍ସ ନଳକୂପ, ପାନୀୟ ଜଳପ୍ରକଳ୍ପ ଗୁଡ଼ିକୁ ବିଶୁଦ୍ଧୀକରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୪ ଟି ବିଦ୍ୟାଳୟ ଓ ୧୯୦ ଟି ଅଙ୍ଗନୱାଡି କେନ୍ଦ୍ର କୁ ଆସନ୍ତାକାଲି ଅର୍ଥାତ୍ ୧/୦୮/୨୬ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳ ଆଜି ମଧ୍ୟ କ୍ଷେତ୍ରୀୟ ଅଧିକାରୀ ମାନଙ୍କ ସହ ବନ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।