ପରିବହନ ବିଭାଗ ର ଅଜବ ନୀତି
ପଦ୍ମପୁର: ସରକାର ଙ୍କ ଦ୍ଵାରା ଅମାନିଆ ଚାଳକ ମାନଙ୍କ ପାଇଁ କଠୋର ନୀତି ଗ୍ରହଣ କରିଥିବା ନିଶ୍ଚିତ ଭାବେ ସ୍ୱାଗତ ପଦକ୍ଷେପ। କିନ୍ତୁ ଆଜି ଏକ ଅଭାବନୀୟ ଘଟଣା ଘଟଣା ଘଟାଇଛି ପରିବହନ ବିଭାଗ।

ପଦ୍ମପୁର ରେ ଗାଡି ଥିବା ବେଳେ ଦିନ ୧୨ଟା ୫୫ ମିନିଟ୍ ସମୟରେ ଅଧିକ ଲୋକେ ବସିଥିବା ନେଇ ୧୦୦୦ ଟଙ୍କା ଜୋରିମାନା ସମ୍ବଲପୁର ଅଇଁଠାପାଲି ଛକଠାରେ କଟାଯାଇଥିବା ଗାଡି ମାଲିକ ପଦ୍ମପୁର ର ସତ୍ୟମ୍ ସାହୁ (ଗାଡି ନମ୍ବର୍ ଓଡ଼ି ୧୭ ଏଡି ୮୧୩୧ ବଜାଜ ପଲସର) ଙ୍କ ମୋବାଇଲ କୁ ଏକ ମେସେଜ ଆସିଥିଲା।

ମେସେଜ ଦେଖିବା ପରେ ସେ ଜାଣିଥିଲେ ଯେ ତାଙ୍କ ଗାଡ଼ି ଘରେ ଥିବା ସମୟରେ ସମ୍ବଲପୁରରେ ଚଲାନ କଟିଛି ବୋଲି । ଏହା କର୍ତ୍ତୃପକ୍ଷ ଙ୍କ ତ୍ରୁଟି ନା ମନ୍ଦ ଉଦ୍ଦେଶ୍ୟ ନେଇ କେହି ତାଙ୍କର ଗାଡ଼ି ନମ୍ବର୍ କୁ ବ୍ୟବହାର କରି ଗାଡ଼ି ଚଳାଉଛି ତାହା ତଦନ୍ତ ସାକ୍ଷେପ।
