ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ସଭାପତିତ୍ବରେ ଆଜି ‘ଇନୋଭେସନ୍ ଓ ଷ୍ଟାର୍ଟ-ଅପ୍’ ଆଧାରିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଶିଳ୍ପକେନ୍ଦ୍ରର ସହକାରୀ ଶିଳ୍ପ ଅଧିକାରୀ ଶ୍ରୀମତୀ ଐଶ୍ବର୍ଯ୍ୟା ଅଭିଲିପସା ଜେନା ଓ ଶ୍ରୀ ଅନମୋଲ ସେଠୀ ଅତିଥି ରୂପେ ଯୋଗଦେଇ ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ଦ୍ବାରା ଆୟୋଜିତ ‘ଇନୋଭେସନ୍ ଓ ଷ୍ଟାର୍ଟ-ଅପ୍’ କାର୍ଯ୍ୟକ୍ରମର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ଅତିଥିମାନେ ଛାତ୍ରୀମାନଙ୍କୁ ଏହି ବିଷୟରେ ସ୍ପଷ୍ଟ ଧାରଣା ଯୋଗାଇବା ସହ ଜିଲ୍ଲା ଶିଳ୍ପ କେନ୍ଦ୍ରରେ ସରକାରଙ୍କ ତରଫରୁ ଉପଲବ୍ଧ ବିଭିନ୍ନ ସୁବିଧା ବିଷୟରେ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଡ଼ ରୀନା ସାହୁ ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ ସରକାରଙ୍କ ଯୋଜନାର ସମସ୍ତ ସୁବିଧା ଉପଯୋଗ କରନ୍ତୁ ଓ ନିଜେ ଆତ୍ମନିର୍ଭରଶୀଳ ହୋଇ ନିଜର ନୂଆ ନୂଆ ଭାବନା ଓ ବିଚାରକୁ ବ୍ୟକ୍ତ କରି ବିକଶିତ ଓଡିଶାରେ ସାମିଲ ହେବା ଲାଗି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଛାତ୍ରୀ ଯୋଗଦାନ କରିଥିଲେ।
ସଭାଶେଷରେ ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଏବଂ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.