ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁରରେ ବସବାସ କରୁଥିବା ଗଜପତି ଜିଲ୍ଲାର ନାଗରିକଙ୍କୁ ନେଇ ଗଠିତ ହୋଇଛି ଗଜପତି ଜିଲ୍ଲା ନାଗରିକ ସଂଘ। ସହରରେ ପ୍ରାୟ ୩ଶହରୁ ଉର୍ଦ୍ଧ୍ବ ପରିବାର ଏକାଠି ହୋଇ ସଂଘର ସଦସ୍ୟତା ଗ୍ରହଣ କରିଛନ୍ତି। ପ୍ରତିବର୍ଷ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜନ୍ମ ଓ ଶ୍ରାଦ୍ଧ ଦିବସ ପାଳନ ସହିତ ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ଓ ବଣଭୋଜିର ଆୟୋଜନ କରିଥାଏ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଜୁଲାଇ ୨୯ ସ୍ଥାନୀୟ ସହୀଦ ଲକ୍ଷ୍ମଣ ନାୟକ ସ୍ମୃତି ମଣ୍ଡପରେ ସଂଘର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
ସଂଘର ସଭାପତି ଡଃ ରାମକୃଷ୍ଣ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଦେବି ପ୍ରସାଦ ମିଶ୍ର , ମୁଖ୍ୟବକ୍ତା ଭାବେ ଡଃ ବାୟାମନ ୟାମନ ଚର୍ଚ୍ଚି ଓ ସମ୍ମାନିତ ଅତିଥି ଭାବେ କବି ବିପିନ ନାୟକ ଯୋଗ ଦେଇଥିଲେ। ଉତ୍ସବର ପ୍ରାରମ୍ଭରେ ଡାକ୍ତର ରାମଚନ୍ଦ୍ର ରଥ ସଂସ୍କୃତ ଶ୍ଳୋକ ପାଠ କରିଥିବା ବେଳେ ଇଂ ତୀର୍ଥବାସୀ ପଣ୍ଡା ସମ୍ପାଦକୀୟ ବିବରଣର ପାଠ କରିଥିଲେ। ପରେ ଗତ ବର୍ଷ ଇହଲୀଳା ସମ୍ବରଣ କରିଥିବା ସଂଘର ସଦସ୍ୟଙ୍କ ସ୍ମୃତିରେ ଦୁଇ ମିନିଟ ନୀଚ ନୀରବ ପ୍ରାର୍ଥନା କରି ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ସଂଘ ପକ୍ଷରୁ ବରିଷ୍ଠ ସଦସ୍ୟ ଇଂ ସଦାନନ୍ଦ ପାଢୀ , ଡକ୍ଟର ସୁଧୀର ଚନ୍ଦ୍ର ସୁଆର ଓ ଇଂ ରବୀନ୍ଦ୍ର ମିଶ୍ରଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସଂଘର ସଦସ୍ୟଙ୍କ ପରିବାରର କୁନିକୁନି ସଦସ୍ୟଙ୍କ ଙ୍କ ଦ୍ବାରା ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ସଂଘର ୬ ଜଣ ସଦସ୍ୟଙ୍କ ଜନ୍ମଦିନ ଅବସରରେ ରେ ପୁଷ୍ପଗୁଚ୍ଛା ଓ ଉପଢୌକନ ପ୍ରଦାନ ସହିତ କେକ କାଟି ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଉତ୍ସବରେ ସଂଘର ପ୍ରାୟ ଶତାଧୂକ ପରିବାର ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.