( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧିନ ଜରଡା ଥାନା ଅନ୍ତର୍ଗତ ଚୁଢିଆଲାଂଜି ଗ୍ରାମରେ ଗତ ୨୦୨୪ ମସିହାରେ ଘଟିଥିବା ମା ଓ ପୁଅ ହତ୍ୟା ଘଟଣାର ଶୁଣାଣି କରି ମାନ୍ୟବର ଓପିଆଇଡି ଅଦାଲତ ବିଚାରପତି ୩୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଅଭିଯୁକ୍ତ ଡି ଗୁନାମା ରେଡି ଓ ଭଣଜା ଜି ଦେବେନ୍ଦ୍ର ରେଡି କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୭ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୫ ମାସ ଦଣ୍ଡାଦେଶ ଶୁଣାଇଛନ୍ତି।
ସୁଚନା ଅନୁଯାୟୀ ଜଣାପଡିଛି ଯେ ଡି ମୋହନ ରେଡି ଦୁବାଇରେ କାମ କରୁଥିବା ବେଳେ ନିଜ ପତ୍ନୀ ନିଳବେଣୀ ଓ ୭ ବର୍ଷର ପୁଅ ଗାଁ ରେ ରହୁଥିଲେ। ଏହି ଭଳି ପରିସ୍ଥିତିରେ ମୋହନ ର ଭାଉଜ ଗୁନାମା ଓ ଭଣଜା ଦେବେନ୍ଦ୍ର ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବା ଦେଖି ନିଳବେଣି ପରିବାର ର ସମ୍ମାନ କୁ ନେଇ ଆପତ୍ତି କରିଥିଲେ। ଏହାକୁ ନେଇ ଅଭିଯୁକ୍ତ ଓ ନିଳବେଣି ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଓ ରାଗରେ ଜର୍ଜରିତ ହୋଇ ଦେବେନ୍ଦ୍ର ମାଇଁ ନିଳବେଣି ଓ ତାଙ୍କ ପୁଅ କୁ ବଡ ମାଇଁଙ୍କ ସହ ମିଶି ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା। ଖବର ପାଇ ମୋହନ ଦୁବାଇରୁ ଆସି ଉଭୟ ମାଇଁ ଓ ଭଣଜା ଦେବେନ୍ଦ୍ର ବିରୋଧରେ ଜରଡା ଥାନା ରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ନଂ ୯୭୧/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଉଭୟ ମାଇଁ ଓ ଭଣଜାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.