ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

36


ଭୁବନେଶ୍ୱର, ୩୦ ଜୁଲାଇ: ସମାଜର ହିତ ସାଧନକୁ ଦୃଷ୍ଟିରେ ରଖି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌, କ୍ୟାମ୍ପସ -୧ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ଗୁରୁବାର ଏକ ବିଶାଳ ନିଶୁଳ୍ପ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି ।
ଆଇଏମ୍‌ଏସ ଆଣ୍ଡ ସମ ହସ୍ପିଟାଲ୍ ଓ ଭୁବନେଶ୍ୱର ବାର୍ ଆସୋସିଏସନ୍ ୱେଲଫେୟାର ଟ୍ରଷ୍ଟର ମିଳିତ ସହଯୋଗରେ ଆଇନଜୀବି ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଏହି ବିଶାଳ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ବାର ଆସୋସିଏସନ୍‌ର ପ୍ରାୟ ୧୦୦୦ ସଦସ୍ୟ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି ବୋଲି ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ସୂଚନା ଦେଇଛନ୍ତି ।
ଏହି ସ୍ୱାସ୍ଥ୍ୟ ଶିବିର ନିମନ୍ତେ ଶ୍ରୀ ଦାସ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର କର୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀ ଦାସ କହିଥିଲେ ଯେ ଆଇନଜୀବି ମାନେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅନେକ ଚାପରେ ରହୁଛନ୍ତି ତେଣୁ ସେମାନଙ୍କର ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାର ଆବଶ୍ୟକତା ରହିଛି ।
ଏହି ଅବସରରେ ଭୁବନେଶ୍ୱର ବାର୍ ଆସୋସିଏସନ୍ ୱେଲଫେୟାର ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ମାନସ ମହାପାତ୍ର ଓ ଭୁବନେଶ୍ୱର ବାର୍ ଆସୋସିଏସନ୍‌ର ସମ୍ପାଦକ ଶ୍ରୀ ସୁମନ୍ ରାଉତରାୟ ଉପସ୍ଥିତ ରହି ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ଏହି ସ୍ୱାସ୍ଥ୍ୟ ଶିବିରରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ୍‌-୧ର ଭେଷଜ, ଅସ୍ଥିମଜ୍ଜା, ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, ଚକ୍ଷୁ, ଦନ୍ତ ଓ ଚର୍ମ ବିଭାଗର ୩୦ ଜଣ ଡାକ୍ତର ଯୋଗ ଦେଇ ଆଇନଜୀବିମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

Leave A Reply

Your email address will not be published.