ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ , ଓଡ଼ିଶା ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ (ଗଜପତି ଶାଖା) ପକ୍ଷରୁ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।
ପ୍ରାରମ୍ଭରେ ମା’ ସରସ୍ଵତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ସଭାରେ ସମ୍ମାନିତ ଅତିଥି ଭାବେ ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ସମ୍ପାଦକ ତଥା ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା , ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ଓ ସଦସ୍ୟମାନେ ମାନେ ଯୋଗଦେଇ ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ , ସମାଜ ଗଠନରେ ଗୁରୁଙ୍କ ଭୂମିକା ଏବଂ ମହର୍ଷି ବ୍ୟାସଦେବଙ୍କ ଅବଦାନ ବିଷୟରେ ବ୍ୟାପକ ଆଲୋଚନା କରିଥିଲେ।
ଏହି ଅବସରରେ ସାହିତ୍ୟ ସଂସଦର ସଦସ୍ୟ ଶ୍ରୀ ମନୋଜ କୁମାର ପଟ୍ଟନାୟକ , ଶ୍ରୀ ଶଶୀକାନ୍ତ ମହାପାତ୍ର , ଶ୍ରୀ ମନୋଜ କୁମାର ପଣ୍ଡା , ଶ୍ରୀ ଗୌରହରି କରସୁଧା ପଟ୍ଟନାୟକ , ଶ୍ରୀମତୀ ବରଦା ଆଚାର୍ଯ୍ୟ , ସୁଶ୍ରୀ ଅଞ୍ଜନା ପଟ୍ଟନାୟକ , ଶ୍ରୀ ଶଶିଭୂଷଣ ପଟ୍ଟନାୟକ , ଶ୍ରୀମତୀ ମିନା କୁମାରୀ ଟହଲ , ଶ୍ରୀମତୀ ସ୍ନିଗ୍ଧା ମିଶ୍ର , ଶ୍ରୀମତୀ ସୁଜାତା ନନ୍ଦ , ଶ୍ରୀମତୀ ବବିତା ପୁରୋହିତ , ଶ୍ରୀମତୀ ପ୍ରେମାଞ୍ଜଳୀ ପଣ୍ଡା ପ୍ରମୁଖ ଯୋଗଦେଇ ଗୁରୁପୁର୍ଣ୍ଣିମାର ତାତ୍ପର୍ଯ୍ୟ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନା ସହିତ ଗୁରୁ ବନ୍ଦନା ଓ ସଂସ୍କୃତି ଆଧାରିତ କବିତା ପାଠ କରିଥିଲେ। ଉକ୍ତ ଉତ୍ସବରେ ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ସଦସ୍ୟ , ବିଦ୍ୟାଳୟର ଆଚାର୍ଯ୍ୟ/ ଆଚାର୍ଯ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ବବିତା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.