ଲଗାଣ ବର୍ଷାରେ ପାଣି ଘେରରେ ଥିବା ପରିବାରଙ୍କୁ ପୌର ଅଧ୍ୟକ୍ଷା ଲିକା ସାହୁଙ୍କ ରିଲିଫ ବଣ୍ଟନ

8

ବଲାଙ୍ଗୀର: ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ସହରର ବିଭିନ୍ନ ଅଞ୍ଚଳରେ ପାଣି ଘେରରେ ରହିଥିବା ଅସହାୟ ପରିବାରମାନଙ୍କୁ ବଲାଙ୍ଗୀର ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉପଶମ (ରିଲିଫ) ସାମଗ୍ରୀ ବଣ୍ଟନ କରିଛନ୍ତି।

ଗତ ପ୍ରାୟ ୧୭ ଦିନ ଧରି ଲଗାତାର ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନ ସହ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବନ୍ୟାସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ସହରର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ କିଛି ପରିବାର ପାଣି ଘେରରେ ଫସି ରହିଛନ୍ତି। ତେବେ ପୂର୍ବରୁ ପୌରପରିଷଦ ପକ୍ଷରୁ ସହରର ପ୍ରାୟ ୧୭ଟି ଐତିହାସିକ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇଥିବାରୁ ସେଗୁଡ଼ିକ ବିପଦଜନକ ସ୍ଥିତିକୁ ପହଞ୍ଚିନାହାନ୍ତି।

ଏଭଳି ପରିସ୍ଥିତିରେ ପୌର ଅଧ୍ୟକ୍ଷା ଲିକା ସାହୁ ପ୍ରଭାବିତ ଅଞ୍ଚଳକୁ ପହଞ୍ଚି ପାଣି ଘେରରେ ରହିଥିବା ପରିବାରମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିବା ସହ ସେମାନଙ୍କ ସମସ୍ୟା ବୁଝିଥିଲେ। ତାଙ୍କର ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଲଗାଣ ବର୍ଷା ସମୟରେ ଶ୍ରୀମତୀ ସାହୁ ରାତିଦିନ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ସହାୟତା କରିଥିଲେ। ଚଳିତ ବର୍ଷ ମଧ୍ୟ ସେହି ପରମ୍ପରାକୁ ଜାରି ରଖି ପ୍ରଭାବିତ ପରିବାରଙ୍କୁ ସହାୟତା କରୁଥିବାରୁ ବଲାଙ୍ଗୀର ସହରରେ ଏହାକୁ ନେଇ ବେଶ୍ ପ୍ରଶଂସା ହେଉଛି।

Leave A Reply

Your email address will not be published.