ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ବିଧାନସଭାର “କମିଟି ଅନ୍ ପେପର୍ସ ଲେଡ୍ ଅନ୍ ଦ ଟେବୁଲ୍”ର ଦ୍ୱିତୀୟ ବୈଠକ ସୋମବାର ଭୁବନେଶ୍ୱରସ୍ଥିତ ବିଧାନସଭା ଭବନର କକ୍ଷ ନଂ–୫୫ରେ କମିଟି ଅଧ୍ୟକ୍ଷ ତଥା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ କମିଟି ସଦସ୍ୟ ଭାବେ ଯୋଗଦେଲେ।
ବୈଠକରେ ଜଳ ସମ୍ପଦ ବିଭାଗ ଅଧୀନସ୍ଥ ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ୍ ଲିମିଟେଡ୍ର ବାର୍ଷିକ ରିପୋର୍ଟ ଉପସ୍ଥାପନରେ ବିଳମ୍ବ , ୨୦୨୧-୨୨ ବର୍ଷର ରିପୋର୍ଟ ଏବଂ ୨୦୨୨-୨୩ ରୁ ୨୦୨୫-୨୬ ପର୍ଯ୍ୟନ୍ତ ବକେୟା ହିସାବର ଚୂଡ଼ାନ୍ତକରଣ ସମ୍ପର୍କିତ ସ୍ଥିତି ଓ ବିଳମ୍ବର କାରଣ ଉପରେ ବିସ୍ତୃତ ଆଲୋଚନା ହେଲା। କମିଟି ସରକାରୀ ବିଭାଗର ରିପୋର୍ଟ ଉପସ୍ଥାପନ ପ୍ରକ୍ରିୟା କୁ ନେଇ ସମୀକ୍ଷା କଲେ। ମୁଖ୍ୟତଃ ଓବିସିସିର ପରିଚାଳନା ନିର୍ଦେଶକ ତଥା ପୂର୍ବତନ ଗଜପତି ଜିଲ୍ଲାପାଳ ଅନୁପମ ସାହା ଙ୍କ ସହ ବିଧାୟକ ଆଲୋଚନା କରିଛନ୍ତି ବିଭିନ୍ନ ପ୍ରସଙ୍ଗ କୁ ନେଇ। ରାଜ୍ୟର ବଡ ବଡ କାର୍ଯ୍ୟ ସବୁ ଓବିସିସି ମାଧ୍ୟମ ରେ ପୁରୀ ଜଗନ୍ନାଥ ମନ୍ଦିର ହେଉ କି କେଉଁଝର ମା ତାରିଣୀ ଙ୍କ ମନ୍ଦିର କୋଟିକୋଟି ଟଙ୍କା ରେ ହେଉଥିବା ବେଳେ ପାରଳା ର ଜଗନ୍ନାଥ ମନ୍ଦିର କୁ ମଧ୍ୟ ସମିଲ କରି ଉନ୍ନତ ଧରଣ ମନ୍ଦିର ନିର୍ମାଣ ପାଇଁ କହିଥିଲେ ବିଧାୟକ ।
ସେହିଭଳି ପାରଳାଖେମୁଣ୍ଡି ଠାରୁ ବରଗଡ଼ ରାସ୍ତା କାମ ତୁରନ୍ତ ଆରମ୍ଭ କରିବା ପାଇଁ ଦାବିରଖିଲେ । ସାରା ରାଜ୍ୟରେ ଐତିହ ବିଦ୍ୟାଳୟ ହେଉଥିବା ବେଳେ ଗଜପତି ଜିଲ୍ଲା ରେ ବର୍ତ୍ତମାନ ଦୁଇଟି ଐତିହ ବିଦ୍ୟାଳୟ ରେ ପରିଣତ ହେବ ପାରଳାର ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଓ ଗୁରାଣ୍ଡି ର ଏସ କେ ସି ଜି ହାଇସ୍କୁଲ ଓ ପରବର୍ତ୍ତୀ ସମୟ ରେ ଜିଲ୍ଲା ର ଅନେକ ବିଦ୍ୟାଳୟକୁ ଐତିହ ବିଦ୍ୟାଳୟ ରେ ସାମିଲ କରିବାକୁ ଦାବି ରଖିଛନ୍ତି ବିଧାୟକ ରୁପେଶ ପାଣିଗ୍ରାହୀ।
ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ପ୍ରଶାନ୍ତ ବେହେରା , ବିଧାୟକ ଉମା ଚରଣ ମଲ୍ଲିକ , ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ , ବିଧାୟକ ହିମାଂଶୁ ଶେଖର ସାହୁ , ବିଧାୟକ ଫକୀର ମୋହନ ନାୟକ , ବିଧାୟକ ସତ୍ୟଜିତ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.