ନୀଟପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଘଟଣା ଓ ଦିଲ୍ଲୀ ଠାରେ ଛାତ୍ର ଛାତ୍ରୀଙ୍କ ପ୍ରତି ପୋଲିସ ପ୍ରଶାସନର ଅମାନୁଷିକ ଲାଠି ଚାଳନା :

0 6

ବିରୋଧ ସହ ପ୍ରାଣ ହରାଇଥିବା ଛାତ୍ର ଛାତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ


ନବରଙ୍ଗପୁର, 27/07/2026,ନବରଙ୍ଗପୁର ସହର ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା କଂଗ୍ରେସ ସଭାପତି ସୁଶ୍ରୀ ଲିପିକା ମାଝୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେଶରେ ନିମ୍ନ ମାନର ଶିକ୍ଷା ବ୍ୟବସ୍ଥା ଓ ନିଟ୍ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଘଟଣାର ମୁଖ୍ୟ କୁ ଚିହ୍ନଟ କରି କୋଠାର ରୁ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ଯୋ ଦ୍ୱାରା ଦେଶରେ ୨୨ ଜଣ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରିଥିଲେ।ସେମାନଙ୍କ ଆତ୍ମା ର ସଦଗତି କାମନା କରି ଜିଲ୍ଲା କଂଗ୍ରେସ କମିଟି ତରଫରୁ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା।

ତତ୍ ସଙ୍ଗେ ସଙ୍ଗେ ମହାତ୍ମା ଗାନ୍ଧୀଙ୍କ ପ୍ରତି ମୂର୍ତ୍ତି ସମ୍ମୁଖରେ କିଛି ସମୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ କୁ ସମାଲୋଚନା କରି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି,କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓ ଓଡ଼ିଶା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି କରା ଯାଇ କିଛି ସମୟ ଧରି ସତ୍ୟାଗ୍ରହ ମଧ୍ୟ କରା ଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଳା କଂଗ୍ରେସ ସଭାପତି ଭୁଜବଳ ମାଝି,ବରିଷ୍ଠ ନେତା ଖେମ ରାଜ୍ ବାଘ,ୟାଜିର୍ ଅହମଦ,ପ୍ରକାଶ ସାମନ୍ତରାୟ,ତୋଫାନ ଷଡ଼ଙ୍ଗୀ,ହୁସୁନା ବାନ,ହାଇଶା ବାନ୍,ଗଣେଶ ପଟ୍ଟନାୟକ,ସୂରଜ ଲାଲ୍,ପବିତ୍ର ଗରଡା,ଵିଙ୍କୁ ଜୁବୁଲି,ନରହରି ମାଝୀ, ଦେବକାନ୍ତ ପଣ୍ଡା,ଭବାନୀ ସାହୁ,ମୁକେଶ ଜୈନ,ପ୍ରଦୀପ ସାହୁ ପ୍ରମୁଖଙ୍କ ସହ ଅନେକ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ମହିଳା କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.