ନୀଳଗିରି, ୨୭/୦୭,: ଶ୍ରାବଣ ସୋମବାର ଅବସରରେ ହଜାର ହଜାର କାଉଡିଆଙ୍କ ବୋଲ ବମ୍ ହର୍ ହର୍ ବମ୍, ଭୋଲା ବାବା ପାର୍ କରେଗା…ଧ୍ୱନିରେ ପ୍ରକମ୍ପିତ ହେବା ସହ ଉତ୍ସବମୁଖର ହୋଇଉଠିଲା ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ପଞ୍ଚଲିଙ୍ଗେଶ୍ଵର । ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର ହଜାର କାଉଡ଼ିଆମାନେ ବଡ଼ ଉତ୍ସାହର ସହ ବିଭିନ୍ନ ନଦୀ ତଥା ବାଲେଶ୍ବରସ୍ଥିତ ବାଲିଘାଟ, ନୀଳଗିରିର କାଠପାଳ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ସୋନ ନଦୀରୁ ରିତି ନୀତି ଅନୁଯାୟୀ ପୁଜାଅର୍ଚନା କରି ଜଳ ଆଣି ଚାଲି ଚାଲି ଆସି ରବିବାର ରାତ୍ରୀ ୧୨ଟା ପରଠାରୁ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି । ପାଣିର ସ୍ରୋତ ପ୍ରଖର ଥିବାରୁ ପଥର ଖୋଲ ମଧ୍ୟରେ ଆବିର୍ଭୁତ ହୋଇଥିବା ପାଞ୍ଚଟି ଲିଙ୍ଗଙ୍କୁ ରବିବାର ରାତ୍ରି ଠାରୁ କାଉଡିଆ ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଲିଙ୍ଗ ସ୍ପର୍ଶ ବନ୍ଦ ରଖାଯାଇଛି। କାଉଡିଆ ଓ ପର୍ଯ୍ୟଟକ କେବଳ ପୂଜା ମଣ୍ଡପ ପର୍ଯ୍ଯନ୍ତ ଜାଇ ପୂଜା କରିଥିଲେ। ନୁଆକରି ଆସିଥିବା କିଛି କାଉଡିଆ ଏଠାକାର ରମଣୀୟ ପ୍ରାକୃତିକ ପରିବେଶ ସହ ଚିରସ୍ରୋତା ଝରଣାର କୁଳୁକୁଳୁ ନାଦ କୁ ଦେଖି ବିଭୋର ହୋଇଥିଲେ। ଏହା ସହ ପଞ୍ଚଲୀଗେଂଶ୍ବରକୁ ସଂଯୋଗ କରୁଥିବା ରାସ୍ତାରେ କାଉଡିଆଙ୍କ ଲମ୍ବା ଧାଡ଼ି ସହ ବହୁ ସ୍ଥାନରେ ରାସ୍ତା ପାର୍ଶ୍ବରେ କାଉଡିଆଙ୍କ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଷ୍ଟଲ କରି ପାଣି, ଗଜାବୁଟ, ମୁଗ, ଚା’, ପ୍ରସାଦ, ସରବତ ଦେଉଥିବାର ଦେଖିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.