କେନ୍ଦ୍ରାପଡା:27/07 (ପ୍ରଫୁଲ୍ଲ କୁମାର ମଲ୍ଲ): ଡେରାବିଶ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଏକ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଯୋଗଦେଇ ସାଧାରଣ ଜନତାଙ୍କ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି।
ଆଜିର ଏହି ଶିବିରରେ ମୋଟ ୫୫ଟି ଗ୍ରୀଭାନ୍ସ ବା ଅଭିଯୋଗ ପଞ୍ଜୀକୃତ ହୋଇଥିଲା।ସେହି ମୋଟ ଅଭିଯୋଗଗୁଡ଼ିକ ମଧ୍ୟରୁ ୪୫ଟି ଗ୍ରୀଭାନ୍ସ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିଲା।ଏବଂ ଅବଶିଷ୍ଟ ୧୦ଟି ଗ୍ରୀଭାନ୍ସ ସାମୁହିକ ସମସ୍ୟା ସମ୍ପର୍କିତ ଥିଲା ବୋଲି ଜଣାପଡ଼ିଛି।ଏହି ଶିବିରରେ ମୁଖ୍ୟତଃ ବିଭିନ୍ନ ପ୍ରକାରର ଜନସମସ୍ୟା ନେଇ ଲୋକମାନେ ଆବେଦନ କରିଥିଲେ।ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇବା ନେଇ କିଛି ଅଭିଯୋଗ ରହିଥିଲା।ସେହିପରି ଗ୍ରାମ୍ୟ ଉନ୍ନୟନ ବା ଆରଡି (RD) ବିଭାଗାଧୀନ ରାସ୍ତାଘାଟ ସମସ୍ୟା ମଧ୍ୟ ଦୃଷ୍ଟିକୁ ଆସିଥିଲା।ଏହାବ୍ୟତୀତ ଜମି ଡିମାର୍କେସନ୍ ବା ସୀମା ନିର୍ଦ୍ଧାରଣ ପାଇଁ ମଧ୍ୟ କିଛି ଜମି ଇସ୍ୟୁ ଥିଲା।ସେହିପରି ଜମି ମ୍ୟୁଟେସନ୍ ବା ନାମଜାରୀ ସମସ୍ୟାକୁ ନେଇ ମଧ୍ୟ କିଛି ବ୍ୟକ୍ତି ଅଭିଯୋଗ ଜଣାଇଥିଲେ।ଉପସ୍ଥିତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଏହି ସମସ୍ତ ଅଭିଯୋଗଗୁଡ଼ିକୁ ଗ୍ରହଣ କରି ତୁରନ୍ତ ତଦନ୍ତ ପୂର୍ବକ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post