ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି-ଶୃଙ୍ଖଳାର ସହ ସମ୍ପନ୍ନ

0 13

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଲୀଳା ଖେଳ ସାରି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ବେଦୀକୁ ଯାଇଛନ୍ତି।


ନୀଳାଦ୍ରି ବିଜେ ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ତିନିରଥ ଟଣା ହୋଇଥିଲା। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ଶ୍ରୀ ଜଗନ୍ନାଥ ରଥକୁ ଶ୍ରଦ୍ଧାଳୁ ଲୋକମାନେ ଟାଣିଥିବା ବେଳେ ମା’ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳା ଯୁବତୀ ମାନେ ଟାଣି ଥିଲେ।
ବଡ ଠାକୁର ଶ୍ରୀ ଜଗନ୍ନାଥଙ୍କ ରଥ ଶ୍ରୀମନ୍ଦିର ପହଞ୍ଚିବା ପୂର୍ବରୁ କିଛି ଦୂର ବଡଦାଣ୍ଡରେ ଅଟକି ରହି ସେଠାରେ ବଡ ଠାକୁର ଶ୍ରୀ ଜଗନ୍ନାଥଙ୍କ ଲକ୍ଷ୍ମୀ-ନାରାୟଣ ଭେଟ କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ପ୍ରକାରେ ଅନୁଷ୍ଠିତ ହେବା ସହ ରାଜଭୋଗ ନୀତି ଏବଂ ଆଳତି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
ଏହି ଲକ୍ଷ୍ମୀ-ନାରାୟଣ ଭେଟ ଓ ଆଳତି କାର୍ଯ୍ୟକ୍ରମ ଦର୍ଶନ ଓ ଉପଭୋଗ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗାମ ହୋଇଥିଲା।
ମହିଳା ମାନଙ୍କ ହୁଳହୁଳି , ଶ୍ରଦ୍ଧାଳୁ ମାନଙ୍କ ହରିବୋଲ ଓ ଜୟ ଜଗନ୍ନାଥ ଏବଂ ରଥ ଉପରେ ସେବାୟତ ମାନଙ୍କ ଘଣ୍ଟବାଜା ଓ ଶଙ୍ଖ ନାଦରେ ବଡଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ପ୍ରକମ୍ପିତ ହୋଇ ଉଠିଥିଲା।


ପରେ ଶ୍ରୀ ଜଗନ୍ନାଥଙ୍କ ରଥକୁ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିର ପରିସର ଅଭିମୁଖେ ଟାଣି ନେଇଥିଲେ।
ଶ୍ରୀମନ୍ଦିର ରତ୍ନବେଦୀକୁ ବଡ ଠାକୁର ପ୍ରବେଶ ପୂର୍ବରୁ ପାରମ୍ପରିକ ରୀତିନୀତି ପ୍ରକାରେ ମାନସ ଭଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଶତାଧିକ ସଂଖ୍ୟାରେ ପୋଲିସ ବାହିନୀ ମୃତୟନ ଥିଲେ।
ଚତୁର୍ଥ ସନ୍ଧ୍ୟାରେ ବାୟାଧର ବଡକୁମର ଙ୍କ ନିର୍ଦ୍ଦେଶନାରେ ଆର୍.ଉଦୟଗିରିର ବ୍ଲକ , ରାମଗିରି ଗ୍ରାମର ମାଁ କୁରେଇଶୁଣୀ ଭଜନ ସଙ୍ଘ ର କଣ୍ଠ ଶିଳ୍ପୀ ମାନେ ଉଚ୍ଚ କଟୀର ଭଜନ ପରିବେଷଣ ହୋଇଥିଲା।

Leave A Reply

Your email address will not be published.