ବେଲପଡ଼ା ସିହିନୀର ବେଆଇନ କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

0 3

ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ ନୀରବ!

ବେଲପଡ଼ା/ବଲାଙ୍ଗିର,: ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ସିହିନୀ ଗ୍ରାମରେ ଜଣେ ବ୍ୟକ୍ତି ବେଆଇନ ଭାବେ କ୍ଲିନିକ ପରିଚାଳନା କରୁଥିବା ଅଭିଯୋଗ ପ୍ରକାଶ ପାଇଛି। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ କ୍ଲିନିକରେ ଚିକିତ୍ସାଧିନ ଜଣେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି ଯେ ସମ୍ପୃକ୍ତ କ୍ଲିନିକ ଆବଶ୍ୟକ ପଞ୍ଜୀକରଣ, ଅନୁମତି ଓ ବୈଧ ଚିକିତ୍ସାଗତ ଯୋଗ୍ୟତା ବିନା ପରିଚାଳିତ ହେଉଛି। ତେଣୁ ଏହା ସାଧାରଣ ଲୋକଙ୍କ ଜୀବନ ଓ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରିପାରେ ବୋଲି ସେମାନେ କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଘଟଣାକୁ ନେଇ ବାରମ୍ବାର ଅଭିଯୋଗ ଓ ସମ୍ବାଦ ପ୍ରକାଶ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୃଶ୍ୟମାନ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଲୋକମାନଙ୍କ ମଧ୍ୟରେ କ୍ଵାକ ଡାକ୍ତର ଓ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଡାକ୍ତର ମଧ୍ୟରେ ମଧୁଚନ୍ଦ୍ରିକାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ନ ହେଲେ ପ୍ରଶାସନିକ ନୀରବତା ପଛର କଣ କାରଣ ବୋଲି ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ସମ୍ପୃକ୍ତ ପ୍ରଶାସନ ଘଟଣାର ନିରପେକ୍ଷ ତଦନ୍ତ କରି, ଯଦି କୌଣସି ବ୍ୟକ୍ତି ବୈଧ ଅନୁମତି ବିନା ଚିକିତ୍ସା ସେବା ପ୍ରଦାନ କରୁଥିବା ପ୍ରମାଣିତ ହୁଏ, ତେବେ ପ୍ରଚଳିତ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅଞ୍ଚଳବାସୀ ଦାବୀ କରୁଛନ୍ତି।

Leave A Reply

Your email address will not be published.