ରୋଟାରୀ କ୍ଲବ୍ ର ୧୯ ତମ ଅଧିଷ୍ଠାନ ଦିବସ

0 4

ବେଲଗୁଣ୍ଠା -:୨୭/୦୭, -(ଶିବରାମ ଚୌଧୁରୀ )-ରବିବାର ସଂଧ୍ୟାରେ ଭଞ୍ଜନଗର ରୋଟାରୀ କ୍ଲବ୍ ର ୧୯ ତମ ଅଧିଷ୍ଠାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବର୍ଷ ୨୦୨୭-୨୮ ର ରୋଟାରୀ ଜିଲ୍ଲା -୩୨୬୨ ର ପ୍ରାନ୍ତପାଳ ରୋଟାରିଆନ ଇନ୍ଦ୍ରଜିତ ସାହୁ ଯୋଗ ଦେଇ ଜୀବନରେ ସମୟର ମୂଲ୍ୟବୋଧକୁ ଠିକ୍ ଭାବରେ ବୁଝିବାର ଆବଶ୍ୟକ ଅଛି ବୋଲି ପ୍ରକାଶ କରିଥିଲେ। ସେହିପରି ମୁଖ୍ୟ ବକ୍ତା ରୂପେ ପୂର୍ବତନ ପ୍ରାନ୍ତପାଳ ରୋଟାରିଆନ ଯଜ୍ଞାଶିଶ ମହାପାତ୍ର ଏବଂ ସହ ପ୍ରାନ୍ତପାଳ ରୋଟରୀୟନ୍ ମୋହନ ସୁବୁଦ୍ଧି ଯୋଗଦାନ କରି କ୍ଳବର ଜନହିତକର କାର୍ଯ୍ୟଧାରାକୁ ଭୂୟଷି ପ୍ରଶଂସା କରିବା ସହିତ ସ୍ୱକୀୟ ମତ ଉପସ୍ଥାପନ କରିଥିଲେ। କ୍ଳବର ସାମାଜିକ କାର୍ଯ୍ୟକୁ ଚାଲୁ ରଖିବା ଉଦ୍ଦେଶ୍ୟରେ ସହ ପ୍ରାନ୍ତପାଳ ମୋହନ ସୁବୁଦ୍ଧି ୧୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଅବସରରେ ରୋଟାରୀ କ୍ଲବ୍ ର ୨୦୨୬-୨୭ ର ସଭାପତି ଭାବେ ରୋଟାରୀଆନ୍ କେ ସଞ୍ଜୀବ କୁମାର ଚୌଧୁରୀ,ସମ୍ପାଦକ ରୂପେ ରୋଟାରୀଆନ୍ ଶୁଶାନ୍ତ କୁମାର ବେହେରା ଦାୟିତ୍ଵ ଗ୍ରହଣ କରିବା ସହ ଶପଥ ପାଠ କରିଥିଲେ। ନୂତନ ସଦସ୍ୟ ଭାବେ ପ୍ରଶାନ୍ତ କୁମାର ରାଜୁଙ୍କୁ ଗ୍ରହଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଇନର୍ ହ୍ବିଲ ସଦସ୍ୟା ଲୀନା ସାହୁ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ରୋଟାରୀଆନ୍ ଶ୍ରୀରାମ ପ୍ରସାଦ ପାଳ ସ୍ବାଗତ ଭାଷଣ ପ୍ରଦାନ କରି ଉପସ୍ଥିତ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ରୋଟାରୀଆନ ଦିବ୍ୟ ରଞ୍ଜନ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ୨୦୨୫-୨୬ ବର୍ଷର ରୋଟାରୀ କ୍ଲବ୍ ସଭାପତି ରଞ୍ଜିତ କୁମାର ବାରିକ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ସହଯୋଗ କରିଥିବା କିଛି ରୋଟାରୀଆନ୍ ବନ୍ଧୁଙ୍କୁ ଉପହାର ଦେଇ ସମ୍ମାନିତ କରିଥିଲେ। ଅଧିଷ୍ଠାନ ଉତ୍ସବରେ ଫୁଲବାଣୀ, ନୟାଗଡ଼ ଓ ଧଉଳି ଭୁବନେଶ୍ୱର ରୋଟାରୀ କ୍ଲବ୍ ର ସଦସ୍ୟ ମାନେ ଯୋଗଦାନ କରି ସଭାର ଗାରିମା ବୃଦ୍ଧି କରିଥିଲେ।
ଏହା ସହିତ ଇନରହ୍ବିଲ କ୍ଲବ୍ ର ଦ୍ଵିତୀୟ ଅଧିଷ୍ଠାନ ଦିବସ ମଧ୍ୟ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ସେଣ୍ଟଜାଭିୟର ହାଇସ୍କୁଲ୍ ର ଅଧ୍ୟକ୍ଷା ସୁନନ୍ଦିନି ସାହୁ ସାହୁ ଯୋଗ ଦେଇ କ୍ଲବ୍ ସଦସ୍ୟା ମାନଙ୍କ ଶୃଙ୍ଖଳାକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ୨୦୨୬-୨୭ ବର୍ଷ ପାଇଁ କ୍ଲବ୍ ର ସଭାପତି ରୂପେ କେ ରୂପାରାଣୀ ଚୌଧୁରୀ ଏବଂ ସମ୍ପାଦିକା ରୂପେ କୁମାରୀ ଆରତୀ ବେହେରା ଦାୟିତ୍ଵ ଗ୍ରହଣ କରିଥିଲେ। କ୍ଲବ୍ ସଦସ୍ୟା ସ୍ମରଣିକା ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରୋଟାରୀ କ୍ଲବ୍ ସମ୍ପାଦକ ସୁଶାନ୍ତ କୁମାର ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ।

Leave A Reply

Your email address will not be published.