ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ନୂତନ ସମୀକରଣ 

0

 ବଡ଼ବିଲ ମ୍ୟୁନିସିପାଲିଟିର ପୂର୍ବତନ ଭାଇସ ଚେୟାରମ୍ୟାନ  ଲାଲଟୁ ମହାନ୍ତ ଓ ୬ ପୂର୍ବତନ କାଉନସିଲର  ବିଜେଡିରେ ମିଶିଲେ 

ବଡ଼ବିଲ (ଚିତ୍ତରଞ୍ଜନ କର) : କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। କୁଶ ଆପଟଙ୍କ ବିଜେଡିକୁ ଘର ବାହୁଡା ପରେ ଆଜି ଲକ୍ଷ୍ମଣ ମହାନ୍ତ (ଲାଲଟୁ) ନିଜର ଶହ ଶହ ସମର୍ଥକଙ୍କ ସହ ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ  କରି ଦଳରେ ସାମିଲ ହୋଇଛନ୍ତି। ଆଜି ପୂର୍ବାଂହରେ ନବୀନ ନିବାସରେ ବରିଷ୍ଠ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର, ପାଟଣା ବିଧାୟକ ହୃଷୀକେଷ ନାଏକ, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ,  ବରିଷ୍ଠ ନେତା କୁଶ ଆପଟ, ମାଧବ ସର୍ଦାର, ଆଶିଷ ଚକ୍ରବର୍ତ୍ତିଙ୍କ ଉପସ୍ଥିତିରେ ବଡ଼ବିଲର ୬ ଜଣ ପୂର୍ବତନ କାଉନସିଲର ଲଛମନ ମହାନ୍ତ, ଦଲୁ ନାଏକ, ଘନଶ୍ୟାମ ପୂର୍ତ୍ତି, ପାମେଲା ବଟଲର, ରିତା ପାତ୍ର, ଲଳିତା ମହାନ୍ତ ମଧ୍ୟ ବିଜେଡିରେ ଯୋଗ ଦେଇଥିବାର ଜଣାପଡ଼ିଛି। ଲାଲଟୁ ବିଜେଡିରେ ଯୋଗଦେବା ପରେ ଖଣି ଅଞ୍ଚଳରେ ବିଜେଡ଼ିର ଶକ୍ତି ବୃଦ୍ଧି ପାଇବା ସହ କର୍ମୀଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଛି ବୋଲି ବଡ଼ବିଲ ନଗର ବିଜେଡି ସଭାପତି ପ୍ରଶାନ୍ତ କୁମାର ସାହୁ କହିଛନ୍ତି।

  

Leave A Reply

Your email address will not be published.