ଅବସରପ୍ରାପ୍ତ ଶିକ୍ଷକଙ୍କ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ

0 4

ବେଲଗୁଣ୍ଠା,୨୬/୦୭-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଖାରିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ଜୁନ୍ ମାସରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ସମୀର କୁମାର ଜେନାଙ୍କ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କ୍ଷେତ୍ରିୟବରପୁର ପଞ୍ଚାୟତ ଅନ୍ତର୍ଗତ ପାଲକଷଣ୍ଢା ରୋଡ୍ ରେ ଥିବା ସୁପର୍ ମାର୍କେଟ୍ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଭୂବନେଶ୍ୱର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର ଏଜିଏମ୍ ଅମରଜିତ୍ ବେହେରା ଯୋଗ ଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର କୁମାର ଜେନାଙ୍କ ସଂଘର୍ଷମୟ ବାଲ୍ୟ ଜୀବନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଅବସରପରେ ହିଁ ଜଣେ ବ୍ୟକ୍ତି ସ୍ଵାଧୀନ ଭାବରେ ସମାଜ ପାଇଁ ଉତ୍ସର୍ଗୀକୃତ ହୋଇପାରେ ବୋଲି ପ୍ରକାଶ କରିଥିଲେ। ସେହିପରି ବଡ଼ବୋର୍ସିଂ ଆଞ୍ଚଳିକ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆଦିତ୍ୟ ପ୍ରସାଦ ବ୍ରହ୍ମା,ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ରଥ,ଦୈତାରୀ ମହାରଣା,ସନ୍ତୋଷ କୁମାର ପଟ୍ଟନାୟକ,ବାଳକୃଷ୍ଣ ସାବତ,ସୂର୍ଯ୍ୟ ନାରାୟଣ ବେହେରା,ବିଜୟ କୁମାର ସାହୁ,ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଅଧ୍ୟାପକ ହରିହର ମିଶ୍ର,ଶିକ୍ଷକ ରବିନାରାୟଣ ଗୌଡ଼ ଏବଂ ଗୋବରା ସିଆରସିସି ହରେକୃଷ୍ଣ ଶତପଥୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଶ୍ରୀ ଜେନାଙ୍କ ଶିକ୍ଷକତା ଜୀବନୀ ସମ୍ପର୍କରେ ଥିବା ଅନୁଭୂତିକୁ ପ୍ରକାଶ କରିଥିଲେ। ପ୍ରଧାନ ଶିକ୍ଷକ ନିକୁଞ୍ଜ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶିଶିର କୁମାର ସ୍ବାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଶ୍ରୀ ଜେନାଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ଶ୍ରୀ ଜେନାଙ୍କ ଧର୍ମପତ୍ନୀ ସସ୍ମିତା ଜେନା ଏବଂ ସୁପୁତ୍ର ଜ୍ଞାନବ୍ରତ ଜେନାଙ୍କ ସମେତ ଯୁବ ସମାଜସେବୀ ବସନ୍ତ ବେହେରା,ସୁନୀଲ ସ୍ୱାଇଁ,ଶୁଭମ୍ ବେହେରା,କାଳିଆ ଗୌଡ଼,ବିକୁ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

Leave A Reply

Your email address will not be published.