ଭଞ୍ଜନଗର ଓକିଲ ସଂଘ ତରଫରୁ ଆୟୁର୍ବେଦିକ ସ୍ବାସ୍ଥ୍ୟ ପରୀକ୍ଷଣ ସଚେତନତା ଏବଂ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

0 4

ବେଲଗୁଣ୍ଠା,୨୬/୦୭, -(ଶିବରାମ ଚୌଧୁରୀ )-କାର୍ଗିଲ୍ ବିଜୟ ଦିବସ ଅବସରରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଭଞ୍ଜନଗର ଓକିଲ ସଂଘ ସୌଜନ୍ୟରେ ଆୟୁର୍ବେଦିକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷଣ ଓ ସଚେତନତା ଶିବିର ଏବଂ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିବା ସହିତ ରକ୍ତ ଦାନ ର ମହତ୍ୱ ବୁଝାଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଓକିଲ ସଂଘ ସଭାପତି ସନ୍ତୋଷ ନାୟକ,ଉପ ସଭାପତି ରଜତ କୁମାର ଦାଶ, ଭଞ୍ଜନଗର ଓକିଲ ବନ୍ଧୁ ସନ୍ତୋଷ କୁମାର ବିଶ୍ୱାଳ, ସୁଧାଂଶୁ ଶେଖର ପୋଲାଈ, ଓକିଲ ପିଅନ ଗୋବିନ୍ଦ ପରିଡା, ମଙ୍ଗୁଳି ସାହୁ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ଡାକୁଆ, ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ, ,ଆଇନଜୀବୀ ସିମାଞ୍ଜଳ ପୃଷ୍ଟି, ସ୍ନେହା ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ରଥ, ସମାଜସେବୀ ଓ ଉଦ୍ୟୋଗପତି ସୁଶାନ୍ତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ଏହି ସ୍ଵାସ୍ଥ୍ୟ ଶିବିର ରେ ୮୬ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଔଷଧ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଭଞ୍ଜନଗର ଓକିଲ ସଂଘର ଅନେକ ଆଇନଜୀବୀ ଓ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ । ଏଥିରେ ୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। କାର୍ଯ୍ୟକ୍ରମରେ ଆପେକ୍ସ କମ୍ପାନୀର କର୍ମଚାରି କାଳୁ ଚରଣ ପାତ୍ର ରକ୍ତ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେସ୍ବାସ୍ଥ୍ୟ ପରାମର୍ଶ ଦାତା ରୂପେ ଡ. ସୌରଭ କୁମାର ଶତପଥୀ,ଡ. ବିପିନ ବିହାରୀ ସାହୁ,ଡ. କିରନ କୁମାର ପାଣିଗ୍ରାହୀ, ଡ ରାମଚନ୍ଦ୍ର ରଥ,ଡ . ଅତୁଲ୍ୟ କୁମାର ପଟ୍ଟନାୟକ, ଡ. ରମେଶ ଚନ୍ଦ୍ର ଦାଶ, ଆୟୁର୍ବେଦିକ ଔଷଧ ବିତରକ ନିଶିକାନ୍ତ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.