ଜଗତସିଂହପୁର ତା.24.07 ( ): ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସାର୍ବଜନୀନ ରଥଯାତ୍ରା କମିଟି, ଖଇରଙ୍ଗ ଓ ପ୍ରଫୁଲ ପାଠାଗାର ପକ୍ଷରୁ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି I ପାଠାଗାର ମାଉସୀମା, ମନ୍ଦିର ପରିସରରୁ ଖଇରଙ୍ଗ ଗ୍ରାମ ଭାଗବତ ମନ୍ଦିର ପର୍ଯ୍ୟନ୍ତ ରଥଯାତ୍ରା ସମାପନ ହୋଇଥିଲା I ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯିବା ପରେ ଠାକୁର ରାଜା ରାଜେଶ ଦାଶ ଛେରା ପହଁରା କରିବା ପରେ ରଥ ଟଣା ହୋଇଥିଲା I ବହୁ ସଂଖ୍ୟକ ଶ୍ରଦ୍ଧାଳୁ ହରିବୋଲ, ହୁଳହୁଳି ବିଭିନ୍ନ ବାଦ୍ୟ, ନାମ ସଂକୀର୍ତ୍ତନ କରି ଭାବ ଓ ଭକ୍ତିର ସହିତ ରଥ ଟାଣି ଜନ୍ମବେଦୀକୁ ନେଇଥିଲେ I
ପାଠାଗାର ପରିସରରେ ପ୍ରଭୁଙ୍କ ନବଦିନାତ୍ମକ ରହଣି ମଧ୍ୟରେ ଏଠାରେ ସ୍ଥାନୀୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ, କୀର୍ତନ, ଓଡିଶୀ ନୃତ୍ୟ ଆଦି ସଂକୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ, ଖଇରଙ୍ଗ କମ୍ୟୁନିଟି ସେଣ୍ଟର ପରିସର ଓ ଗ୍ରାମ୍ୟ ରାସ୍ତା ପାର୍ଶ୍ୱରେ ବୃକ୍ଷ୍ୟରୋପଣ, ବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, କଣ୍ଠ ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା I ଶ୍ରୀଗୁଣ୍ଡିଚା ଠାରୁ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଅନ୍ନ ପ୍ରସାଦ ସେବା କରାଯାଇଥିଲା I
ଏହି କାର୍ଯ୍ୟକ୍ରମକୁ ପ୍ରମୋଦ କୁମାର ଦାଶ, ଦିପ୍ତୀରଞ୍ଜନ ଦାଶ, ଶରତ ଚନ୍ଦ୍ର ଦାଶ, ଦୁର୍ଯୟ କୁମାର ପତି, ସୁରେନ୍ଦ୍ର ନାଥ ପତି, ରାଜେନ୍ଦ୍ର ନାରାୟଣ ଆଚାର୍ଯ୍ୟ, ପ୍ରଭାତ କୁମାର ଦାଶ, ସୁଧାଂଶୁ ରଞ୍ଜନ ଦାଶ, ପି. ଅଂଶୁମାନ ଦାଶ, ରଶ୍ମିରଞ୍ଜନ ଆଚାର୍ଯ୍ୟ , ଖଇରଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ଲିପକ କୁମାର ସାହୁ, ପାଠାଗାରର ସମସ୍ତ କର୍ମକର୍ତ୍ତା, ଆଶ୍ରମପାଟଣା ଭଲିବଲ ୟୁନିଅନର ସମସ୍ତ ସଦସ୍ୟମାନେ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ I ଏହି କାର୍ଯ୍ୟରେ ଜଗତସିଂହପୁର ପୋଲିସ ପୂର୍ଣ୍ଣ ସହାୟତା କରିଥିଲେ I
Sign in
Sign in
Recover your password.
A password will be e-mailed to you.