ବିଧାନସଭା ସ୍ଥାୟୀ ସମିତି ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ଗଜପତି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଦାବି ଜଣାଇଲେ ବିଧାୟକ ରୂପେଶ ପାଣିଗ୍ରାହୀ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ ସମିତି– ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଆଜି ସକାଳ ୧୧ଟାରେ ଭୁବନେଶ୍ୱରସ୍ଥିତ ବିଧାନସଭା ଭବନ ରେ କମିଟି ଅଧ୍ୟକ୍ଷ ତଥା ବିଧାୟକ ବିଭୂତି ଭୂଷଣ ପ୍ରଧାନ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ପ୍ରଥମେ ସମିତିର ସଦସ୍ୟମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ହେବା ପରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ସଚିବମାନଙ୍କ ସହ ବିଭାଗର ସାଧାରଣ କାର୍ଯ୍ୟକଳାପ ଓ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମିତିରେ ରାଜ୍ୟର ବିଭିନ୍ନ ବିଧାୟକଙ୍କ ସହ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ସଦସ୍ୟ ଭାବେ ସାମିଲ ହୋଇଥିବାରୁ ଗଜପତି ଜିଲ୍ଲା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଗୌରବର ବିଷୟ ବୋଲି ଚର୍ଚ୍ଚା ହେଉଛି। ବିଧାୟକ ରୁପେଶ ପାଣିଗ୍ରାହୀ ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିତାପୂର୍ ପଞ୍ଚାୟତ ଶ୍ରୀ ବିଷ୍ଣ୍ପୁପୁର ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଭଗ୍ନ ଅବସ୍ଥାରେ ରେ ରହିଥିବା କଥା ବହୁବାର ଉପସ୍ଥାପନ କରି ଆସୁଥିଲେ ଆଜି ପର୍ଯ୍ୟନ୍ତ ହୋଇନଥିବା କାରଣ କଣ ପ୍ରଶ୍ନ କରିଥିଲେ । ସେଇ ଭଳି ଗୁମ୍ମା ବ୍ଲକ କାଶୀନଗର ବ୍ଲକ , ଗୋଷାଣୀ ବ୍ଲକ ସହ ପାରଳା ସହର ରେ କେବେ ମିଶନ ଶକ୍ତି ବଜାର କାର୍ଯ୍ୟ ଆରମ୍ଭ ହେବ ସେ ନେଇ ମଧ୍ୟ ପ୍ରଶ୍ନ କରିଥିଲେ। କାଶୀନଗର ବ୍ଲକ ହାଡ଼ଭାଙ୍ଗି ରେ ହୋଇଥିବା ମିଶନ ଶକ୍ତି ବଜାର କେବେ ଉଦଘାଟନ ହେବ ବୋଲି ପ୍ରଶ୍ନ କରିଥିଲେ ବିଧାୟକ। ସେଇ ଭଳି ମୋହନା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା ବିଷୟ ରେ ମଧ୍ୟ ଅବଗତ କରାଇଥିଲେ।
ଏହି ବିଧାନସଭା ସ୍ଥାୟୀ ସମିତି ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ସମେତ ବିଧାୟକ ପ୍ରଶାନ୍ତ ବେହେରା , ବିଧାୟକ ଉମାଚରଣ ମଲ୍ଲିକ , ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ , ବିଧାୟକ ହିମାଂଶୁ ସେଖର ସାହୁ , ବିଧାୟକ ଫକିର ମୋହନ ନାୟକ , ବିଧାୟକ ସତ୍ୟଜିତ ଗମାଙ୍ଗ , ବିଧାୟକ ସୁଭାଷିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.