କଲ୍କୀ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ : ସନ୍ଧ୍ୟା ଆଳତୀ ଓ ମୀନା ବଜାରର ମଜାନେଲେ ଶ୍ରଦ୍ଧାଳୁ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ କଲ୍ଲକୀ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଠାକୁରଙ୍କ କଲ୍ଲକୀ ଅବତାର ବେଶ ଦର୍ଶନ ଓ ଆଳତୀ ଦେଖିବା ପାଇଁ ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼ ଲାଗିଥିଲା। ପାଗ ଅନୁକୂଳ ଥିବାରୁ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟି ଥିବାର ଦେଖିବାକୁ ମିଳିଛି। ଠାକୁରଙ୍କ ବିଭିନ୍ନ ଅବତାର ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଠାକୁରଙ୍କର ଦଶ ଅବତାର ଦେଖିବା ପାଇଁ ପ୍ରତ୍ୟେକ ଦିନ ଭକ୍ତଙ୍କ ସମାଗମ ହୋଉଥିଲା। ପ୍ରତ୍ୟେକ ଦିନ ଆନନ୍ଦ ବଜାରରେ ଭକ୍ତଙ୍କ ପାଇଁ ଅନ୍ନ ପ୍ରାସାଦର ବ୍ୟବସ୍ଥା କରାଯାଇଥିଲା।
ଶ୍ରୀଜୀଉଙ୍କ ଦର୍ଶନ କରିବା ସଙ୍ଗେ ସଙ୍ଗେ ମୀନା ବଜାର , ରାମ ଦୋଳି ଓ ବିଭିନ୍ନ ପ୍ରକାର ଘରେଇ ସାମଗ୍ରୀ କିଣିବା ମଜା ନେଇଥିଲେ ଶ୍ରଦ୍ଧାଳୁ ।
ଜିଲ୍ଲା ପ୍ରଶାସନ ଓ ରଥଯାତ୍ରା କମିଟିର ଏହି ଭଳି ପଦକ୍ଷେପକୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି। ଜନ ଗହଳିକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ମୁତୟନ ଥିଲେ।

Leave A Reply

Your email address will not be published.