ଓଡ଼ଗାଁ, ୨୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ତଥା ଏନ୍ଏସି ଅନ୍ତର୍ଗତ ପିଏମ୍ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାଣ୍ଠି ପରିଚାଳନା ପ୍ରଣାଳୀର ବିଭିନ୍ନ ମଡ୍ୟୁଲ ଉପରେ ସମୀକ୍ଷା ଓ ସହ-ଆଭିମୁଖୀକରଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓସେପାର ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ସାହୁଙ୍କ ସମେତ ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ ଶୁଭଲକ୍ଷ୍ମୀ ପାଣିଗ୍ରାହୀ, କୁନା ପାତ୍ର, ଜ୍ୟୋତିରଞ୍ଜନ ଦାସ, ନୟାଗଡ଼ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ବନଲତା ବେହେରା, ଓଡ଼ଗାଁ ବ୍ଲକ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଏବଂ ବୈଷୟିକ ପରାମର୍ଶଦାତା ଶ୍ରଦ୍ଧାଞ୍ଜଳି ସାଥୁଆ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ୟୁଏଏସ୍ ତଥା ସମ୍ପତ୍ତି ଓ ପାଣ୍ଠି ପରିଚାଳନା ପ୍ରଣାଳୀର ବିଭିନ୍ନ ମଡ୍ୟୁଲ ଉପରେ ଉପସ୍ଥିତ ୫୫ଟି ହାଇସ୍କୁଲର ପ୍ରଧାନଶିକ୍ଷକ ଓ ସ୍କୁଲ ପ୍ରତିନିଧିଙ୍କ ସମେତ ୧୫ ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ତାଲିମ ଓ ଆଭିମୁଖୀକରଣ ପ୍ରଦାନ କରାଯାଇଥିଲା । ପାଣ୍ଠି ପରିଚାଳନା ପ୍ରଣାଳୀ ସମ୍ପର୍କିତ ବିଭିନ୍ନ ସନ୍ଦେହ ଦୂର କରିବା ସହ ଏହାର ସୁଚାରୁ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.