ଆଡ଼ପମଣ୍ଡପରେ କଳ୍କୀ ଅବତାରରେ ଦର୍ଶନଦେଲେ ଶ୍ରୀଜୀଉ।

0


ନୀଳଗିରି- ୨୩/୭: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଶ୍ରୀଜୀଉମାନେ ଦୈନନ୍ଦିନ ନୂଆନୂଆ ଅବତାରରେ ଦର୍ଶନ ଦେଉଛନ୍ତି। ଶ୍ରୀଜୀଉଙ୍କ ଆଡ଼ପମଣ୍ଡପ ବିଜେପରେ ରବିବାର ମତ୍ସ୍ୟ ଓ କଚ୍ଛପ, ସୋମବାର ହେରାପଞ୍ଚମୀ ଅବସରରେ ଲକ୍ଷ୍ମୀନାରାୟଣ, ମଙ୍ଗଳବାର ବରାହନୃସିଂହ, ବୁଧବାର ରାମପର୍ଶୁରାମ ବେଶରେ ଦର୍ଶନ ଦେଇଥିଲେ।ଗୁରୁବାର ଗୁଣ୍ଡିଚାମନ୍ଦିରରେ ଶ୍ରୀଜୀଉଙ୍କ ଶେଷଦିନ ଥିବାବେଳେ ଆଡପମଣ୍ଡପରେ ମହାପ୍ରଭୁ କଳ୍କୀ ଅବତାରରେ ଦର୍ଶନ ଦେଉଛନ୍ତି । ସମସ୍ତ ନୀତିକାନ୍ତି ସରିବାପରେ ଶ୍ରୀଜୀଉ ମାନଙ୍କୁ ପୋଡ଼ପିଠା ଅର୍ପଣ କରାଯାଇଥିଲା। ପରେ ଦ୍ଵାରଫିଟା ହେବାପରେ ଶହଶହ ଶ୍ରଦ୍ଧାଳୁ ଓ ଭକ୍ତମାନେ ମହାପ୍ରଭୁ ମାନଙ୍କର କଳ୍କୀ ଅବତାର ବେଶ ଦର୍ଶନକରିଥିଲେ। ଏନେଇ ଗୁଣ୍ଡିଚାମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ଭଜନ, କୀର୍ତ୍ତନ, ପାଲା ପରିବେଷଣ ଚାଲୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.