ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଅତିରିକ୍ତ ଉପ ନିର୍ଦ୍ଦେଶକ, ପଶ୍ଚିମାଞ୍ଚଳଙ୍କ ବଲାଙ୍ଗୀର ଗସ୍ତ

0

ବଲାଙ୍ଗୀର(୨୩/୦୭): ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଅତିରିକ୍ତ ଉପ ନିର୍ଦ୍ଦେଶକ, ପଶ୍ଚିମାଞ୍ଚଳ, ସମ୍ବଲପୁର ଶ୍ରୀମତୀ କଲ୍ୟାଣୀ ଦାସ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ କାଳରେ ସେ ଜିଲ୍ଲାରେ ବିଭାଗୀୟ କାର୍ଯ୍ୟକ୍ରମ, ସରକାରୀ ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମୀକ୍ଷା କରିଛନ୍ତି । ଗସ୍ତ ସମୟରେ ଶ୍ରୀମତୀ ଦାସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଗାନ୍ଧୀ ଭବନ ପାଠାଗାର ପରିଦର୍ଶନ କରିବା ସହ ଅଫିସର ବିଭିନ୍ନ କାର୍ଯ୍ୟଶୈଳୀ ଓ ନଥିପତ୍ରର ଯାଞ୍ଚ କରିଥିଲେ। ଜନସାଧାରଣଙ୍କ ନିକଟରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୂଚନା ସଠିକ୍ ଓ ସମୟାନୁବନ୍ଧିତ ଭାବେ ପହଞ୍ଚାଇବା ପାଇଁ ସେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଗଣମାଧ୍ୟମ ସହ ସୁସମ୍ପର୍କ ରକ୍ଷା କରିବା ଏବଂ ଜିଲ୍ଲାର ପ୍ରସାର କାର୍ଯ୍ୟକ୍ରମକୁ ଆହୁରି କ୍ରିୟାଶୀଳ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ସମୀକ୍ଷା ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ, ବରିଷ୍ଠ ରାଜସ୍ୱ ସହାୟକ ପ୍ରଭାତ କୁମାର ମଲ୍ଲିକ, କନିଷ୍ଠ ରାଜସ୍ୱ ସହାୟକ ପୁରୁଷୋତ୍ତମ ମୁନାଙ୍କ ସମେତ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.