ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା: ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

0

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖେ ନୟାଗଡ଼ ଦେବୋତ୍ତର ମ୍ୟାନେଜର କ୍ୱାର୍ଟରକୁ  କାଉନସିଲର ନେତ୍ରାନନ୍ଦ ସାହୁ ବର୍ଷବର୍ଷ ଧରି ଜବରଦଖଲ କରି ସରକାରୀ ଖୁଚୁରା ବିକ୍ରିୟ କେନ୍ଦ୍ର କରିବା ଘଟଣାରେ ଆଜି ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଦେବୋତ୍ତର ବିଭାଗ ଉକ୍ତ ସରକାରୀ କ୍ୱାର୍ଟରକୁ ନୟାଗଡ଼ ପୈାର ପରିଷଦକୁ ଭଡ଼ା ସୁତ୍ରରେ ଦେଇଥିଲା । ୨୦୧୮ ମସିହାରେ ଉକ୍ତ କ୍ୱାର୍ଟର ମାସିକ ୬ ଶହ ଟଙ୍କା ଭଡ଼ାରେ ନୟାଗଡ଼ ପୈାର ପରିଷଦ ନେଇଥିଲା । ୨୦୨୩ ମସିହା ପର୍ଯ୍ୟନ୍ତ ପୈାର ପରିଷଦ ବ୍ୟବହାର କରିବାକୁ ଚୁୁକ୍ତି ହୋଇଥିଲା । ୨୦୨୩ ମସିହା ପରେ ଆଉ ଚୁକ୍ତି ହୋଇନଥିବା ବେଳେ ଦେବୋତ୍ତର ବିଭାଗ ଏନେଇ କୈାଣସି ପଦକ୍ଷେପ ନେଇ ନଥିବା ଜଣାପଡ଼ିଛି । ସବୁଠାରୁ ବିସ୍ମୟକର ଘଟଣା ହେଉଛି ପୈାର ପରିଷଦ ୨୦୧୮ ମସିହାରୁ ମ୍ୟାନେଜର୍ କ୍ୱାର୍ଟରଟି ଭଡ଼ା ନେବା ପରେ ଟଙ୍କାଟିଏ ମଧ୍ୟ ଦେବୋତ୍ତର ବିଭାଗକୁ ପ୍ରଦାନ କରି ନାହିଁ । ଏହି କ୍ୱାର୍ଟର ପୈାର ପରିଷଦ ଅଧିନରେ ଥିବା ସମୟରେ ପୂର୍ବତନ କାଉନସିଲର ନେତ୍ରାନନ୍ଦ ସାହୁ ଏହାକୁ ଦଖଲ କରି ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର କରିଛନ୍ତି । ଯାହାକୁ ନେଇ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ ଅତୀତରେ ପ୍ରଶ୍ନ ଉଠାଇବା ସହ ଦେବୋତ୍ତର ବିଭାଗକୁ ଘେରିଛନ୍ତି । ନୟାଗଡ଼ ଦେବୋତ୍ତର ବିଭାଗ ଅଯୋଗ୍ୟତା ପାଇଁ ଦୀର୍ଘ ୮୪ ମାସରୁ ଉର୍ଦ୍ଧ୍ୱ ସମୟ ଭଡ଼ା ଆଦାୟ ହୋଇନଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଦେବୋତ୍ତର ବିଭାଗ ଜାଣିଶୁଣି ଅଜଣା ହୋଇଥିବା ଅଭିଯୋଗ ହୋଇଛି । ଦେବୋତ୍ତର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଏଥିପାଇଁ ଉତ୍ତରଦାୟୀ ହୋଇଥିବା ବେଳେ କୈାଣିସ ପଦକ୍ଷେପ ନନେଇ ଚୁପ ବସିବା ସବୁଠାରୁ ସାଂଘାତିକ ବ୍ୟାପାର ବୋଲି ଆଲୋଚନା ହେଉଛି । ନୟାଗଡ଼ ସହରରେ ଅନେକ ଦେବୋତ୍ତର ଜାଗା ଜବରଦଖଲରେ ରହିଥିବା ବେଳେ ବିଭାଗ ଜାଣିଶୁଣି ଅଜଣା ସାଜିବାକୁ ନେଇ ପ୍ରଶ୍ନ ଉଠିଛି । ସମାନ ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେବୋତ୍ତର ଜମି ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.