ବିଜେପି ମଣ୍ଡଳ ଉପସଭାପତିଙ୍କ ପରଲୋକ

0 1

ବ୍ୟାସନଗର:(ଜୟଶଙ୍କର ଦାଶ): ବିଜେପି ବ୍ୟାସଦେବ ଉପ-ସଭାପତି ତାରିଣୀ ପ୍ରସାଦ ମହାନ୍ତିଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ବ୍ୟାସନଗର କଲେଜ ଛାତ୍ର ଛାତ୍ରୀଙ୍କୁ ୧୯୮୩ ମସିହା ଠାରୁ ରାଜନୀତି କୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ବହୁ ଛାତ୍ରନେତା ତିଆରି କରିଛନ୍ତି । ବ୍ୟାସଦେବ ମଣ୍ଡଳର ସଭାପତି ନିତ୍ୟାନନ୍ଦ ମହାଳିକ ଛାତ୍ର ଜୀବନରୁ ତାଙ୍କୁ ରାଜନୈତିକ ଗୁରୁ ଭାବେ ମାନୁଥିଲେ । ସେ ସ୍ୱର୍ଗତ ମହାନ୍ତିଙ୍କ ମୃତ୍ୟୁରେ ଗଭୀର ମର୍ମାହତ ବୋଲି କହିଛନ୍ତି । ରାଜନୀତିରେ  ବହୁ ନେତା ତାଙ୍କୁ ହାତ ବାରିସି କରିଥିଲେ । କିନ୍ତୁ ସେ ସବୁକିଛି ପ୍ରଲୋଭନକୁ ଏଡ଼ାଇ ଦେଇ ଯାଜପୁର ରୋଡ଼ସ୍ଥ ସାହୁ ମାର୍କେଟରେ ଏକ ପୂଜା ସାମଗ୍ରୀ ଦୋକାନ ଥିଲା । ସେହି ଦୋକାନରେ କାର୍ଯ୍ୟରତ ଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ । ସ୍ଥାନୀୟ କେତେକ ବ୍ୟବସାୟୀ ତାଙ୍କୁ ତୁରନ୍ତ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଠାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କ ଘରଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ସ୍ୱର୍ଗତ ମହାନ୍ତିଙ୍କ ଘର କୋରାଇ ବ୍ଲକ ଅନ୍ତର୍ଗତ ହଳଦୀଗଡ଼ିଆ ହୋଇଥିବାବେଳେ ସେ ଆଜକୁ ୪୦ବର୍ଷ ଧରି ବ୍ୟାସନଗର ସହର ଫେରୋକ୍ରୋମ୍ ଫାଟକ ନିକଟରେ ରହୁଥିଲେ । ବରିଷ୍ଠ ବିଜେପି ନେତ୍ରୀ ସଂଚିତା ମହାନ୍ତି, ବ୍ୟାସଦେବ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ, ବରିଷ୍ଠ  ବିଜେପି ନେତା ଚନ୍ଦ୍ରଶେଖର ପଣ୍ଡା, ଉପସଭାପତି ସରୋଜ କୁମାର ଦେ, ଅସୀତ କୁମାର ଦାସ, ଗଣେଶ ମାଝୀ, ଯଶୋବନ୍ତ ମଲ୍ଲୀକ, ଭାଗ୍ୟଧର ମଲ୍ଲିକ, ଉପସଭାପତି ଯଶୋବନ୍ତ ଜିନ୍ଦଲ, ସାଧାରଣ ସଂପାଦକ ଗୁଣନିଧି ଗୁରୁ, ନିରଞ୍ଜନ ପାଣିଗ୍ରାହୀ, ସମ୍ପାଦକ ଶିବଶଂକର ମହାନ୍ତି ଏସଟି/ଏସ.ସିର ମଣ୍ଡଳ ସଭାପତି କୁଅଁର ହେମ୍ବ୍ରମ, ସମ୍ପାଦକ –କିଶୋର ଅଗ୍ରୱାଲା, ମାଇନରଟି ସେଲର ମଣ୍ଡଳ ସଭାପତି- ଆଲେ ଜହୁର ଖାନ, ମହିଳା ମୋର୍ଚ୍ଚା ସଭାପତି-ସବିତା ଖୁଣ୍ଟିଆ, ସାଧାରଣ ସମ୍ପାଦକ-ମିଲି ମହାଳିକ, ଉପସଭାପତି-ମମତା ପଣ୍ଡା, ସମ୍ପାଦିକା-ଜାନକୀ ଜେନା, ସମ୍ପାଦକ-ଦୀପକ ମଟାଣିଆ, କୃଷକ ମୋର୍ଚ୍ଚା ସଭାପତି ରାଜେନ୍ଦ୍ର ବେହେରା, ପୂର୍ବତନ କୃଷକ ମୋର୍ଚ୍ଚା ନେତା ମୋହନ ଲାଲ ସାହୁ, ବରିଷ୍ଠ ନେତା ସୁରେନ୍ଦ୍ର ସାହୁ, କୋଷାଧ୍ୟକ୍ଷ-କାଳୀପଦ ମଣ୍ଡଳ. ସତ୍ୟନାରାୟଣ ମହାନ୍ତି, ବିଜୟ କୁମାର ପଣ୍ଡା, ଶିବ ପ୍ରସାଦ ଆଇଚ, ପ୍ରଭୃତି ଗଭୀର ସ୍ୱର୍ଗତ ମହାନ୍ତିଙ୍କ ଅଚାନକ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କୁ ନିକଟସ୍ଥ ବ୍ୟାସ ସରୋବର ସ୍ମଶାନ ଠାରେ ସଂସ୍କାର କରାଯାଇଥିଲା । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି । ତାଙ୍କ ମୃତ୍ୟୁ ସମୟରେ  ତାଙ୍କର ତିନି ଭାଇ ଏବଂ ଝିଅ ଜୋଇଁ ସମସ୍ତେ ଉପସ୍ଥିତ ଥିଲେ । 

 

Leave A Reply

Your email address will not be published.