ନିଟ ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ: ଝାରସୁଗୁଡ଼ାରେ କଂଗ୍ରେସର ବିକ୍ଷୋଭ, କୁଶପୁତ୍ତଳିକା ଦାହ

0

ଛାତ୍ର ଆନ୍ଦୋଳନ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନର ନିନ୍ଦା, ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଦାବି

ଝାରସୁଗୁଡ଼ା, ୨୨ ଜୁଲାଇ:ନିଟ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଲାଠିଚାର୍ଜ ଓ ବିରୋଧୀ ନେତାମାନଙ୍କୁ ଅଟକ ରଖାଯାଇଥିବା ଅଭିଯୋଗକୁ ନେଇ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୁଧବାର ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ମହାତ୍ମା ଗାନ୍ଧୀ ମୂର୍ତ୍ତି ପ୍ରାଙ୍ଗଣରେ ପହଞ୍ଚିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ ଜଣାଇଥିଲେ।ଏହି ଅବସରରେ କଂଗ୍ରେସ ନେତୃବୃନ୍ଦ ଅଭିଯୋଗ କରିଥିଲେ ଯେ, ନିଟ ପ୍ରଶ୍ନପତ୍ର ଲିକ୍‌ ଭଳି ଘଟଣା ଦେଶର ଲକ୍ଷାଧିକ ପରିଶ୍ରମୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଅନ୍ୟାୟ କରିଛି।

ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ସହ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଆନ୍ଦୋଳନକୁ ସମ୍ମାନ ଦେବା ପାଇଁ ସେମାନେ ଦାବି କରିଥିଲେ। ସେହିପରି, ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସେମାନେ ନିନ୍ଦା କରିଥିଲେ।ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୀବନ ସାର୍ଥକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶାହରୁଖ ଖାନ, ଦେବାନନ୍ଦ ବାରିକ, ଆଦର୍ଶ ଗାନ୍ଧୀ, ଆର୍ତ୍ତ ବେନିଆ, ପ୍ରଶାନ୍ତ ତ୍ରିପାଠୀ, ଅଲେଖ କୁମାର, ସଞ୍ଜୟ ମହାପାତ୍ର, ରିୟାଜ ହୁସେନ, ୱାରିଶ ଭାଇ, ସଲିମ ଖାନଙ୍କ ସମେତ ବହୁ ନେତା, କର୍ମୀ ଓ ସମର୍ଥକ ଉପସ୍ଥିତ ରହି ପ୍ରତିବାଦରେ ସାମିଲ ହୋଇଥିଲେ।

Leave A Reply

Your email address will not be published.