ନିଟ ପରୀକ୍ଷା ବିଭ୍ରାଟ ଓ ଦିଲ୍ଲୀ ପୋଲିସ,ଛାତ୍ରଙ୍କୁ ଆକ୍ରମଣ ନେଇ ନବରଙ୍ଗପୁର ସହରରେ ଜିଲ୍ଲା କଂଗ୍ରେସ ତରଫରୁ ବିକ୍ଷୋଭ
ନବରଙ୍ଗପୁର ୨୨/୦୬/୨୦୨୬ ଗତ କିଛି ବର୍ଷ ଧରି ଲଗାତାର ଭାବେ ଦେଶରେ ଚାକିରି କ୍ଷେତ୍ର ରେ ହେଉଥିବା ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଫଳରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଜୀବନ ନଷ୍ଟ ହେଉଥିବା ଓ କିଛି ବର୍ଷ ମଧ୍ୟରେ ୧୫୦ ଗୋଟି ବିଭିନ୍ନ ମୁଖ୍ୟ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ତଥା ଗତ କିଛି ମାସ ତଳେ NEET ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଫଳରେ ଦେଶରେ ସାତ କୋଟି ପଚାଶ ଲକ୍ଷ ଛାତ୍ର ଛାତ୍ରୀ ପ୍ରଭାବିତ ହୋଇ ଥିଲେ।ତାହା ପ୍ରତିବାଦ କରି ଛାତ୍ର ଛାତ୍ରୀ ମାନେ ଗତ କାଲି ରାଜଧାନୀ ନୂଆଦିଲ୍ଲୀ ଠାରେ ହଜାର ଛାତ୍ର ଛାତ୍ରୀ ବାହାରି ବିକ୍ଷୋଭ ଓ ପ୍ରତିବାଦ ସଭା କରୁଥିବା ସମୟରେ ସ୍ଥାନୀୟ ପୋଲିସ ସେମାନଙ୍କ ଉପରେ ଲାଠି ଚାଳନା ସହ ଅମାନୁଷିକ ଭାବେ ଅତର୍କିତ ଆକ୍ରମଣ ଫଳରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଲାହୁ ଲୁହାଣ ହୋଇଥିଲେ, ଉକ୍ତ ସମସ୍ୟା ପରେ ପୋଲିସର ଆକ୍ରମଣ କୁ ବିରୋଧ କରି ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ବହୁ ବିରୋଧୀ ଦଳ ନେତା,ଛାତ୍ର ଛାତ୍ରୀଙ୍କ ପ୍ରତି ହୋଇଥିବା ଅନ୍ୟାୟ କୁ ବିରୋଧ କରି ନ୍ୟାୟ ପାଇବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଇଥିବା ସମୟରେ ଦିଲ୍ଲୀ ପୋଲିସ ସେମାନଙ୍କୁ ମଧ୍ୟ ଗିରଫ କରିଥିଲା। ତାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଭୁବନେଶ୍ୱର ଠାରେ ଦଳ ମୁଖ୍ୟ ଭକ୍ତ ଚରଣ ଦାସ ସ୍ୱର ଉତ୍ତୋଳନ କରିଥିଲେ, ସେଠାରେ ମଧ୍ୟ ସ୍ଥାନୀୟ ପୋଲିସ ଶ୍ରୀ ଦାସଙ୍କ ସହ ଅନେକ ନେତାଙ୍କୁ ଗିରଫ କରିଥିଲା।ଦେଶ ଓ ରାଜ୍ୟରେ ଚାଲିଥିବା ଡବଲ ଇଞ୍ଜିନ ସରକାର ଓ ପୋଲିସ ର ଅରାଜକତା ପ୍ରତିବାଦରେ ଆଜି ରାଜ୍ୟ ବ୍ୟାପି କଂଗ୍ରେସ ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା।ଠିକ୍ ସେହିଭଳି ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ସଭାପତି ସୁଶ୍ରୀ ଲିପିକା ମାଝୀ ଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ବର୍ଷା ସତ୍ତ୍ୱେ କଡ଼ା ସମାଲୋଚନା ଓ ବିରୋଧ ପ୍ରଦର୍ଶନ କରି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ,ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ,ବରିଷ୍ଠ ନେତା ବୃନ୍ଦାବନ ତ୍ରିପାଠୀ,ଅନାମ ଦିଆନ,ଶିବରାମ ରାଜୁ,ଗଣେଶ ପଟ୍ଟନାୟକ,ହୁସୁଣା ବାନ,ହାଇଶା ବାନ,ତୁଫାନ ଷଡ଼ଙ୍ଗୀ,ଦେବକାନ୍ତ ପଣ୍ଡାଙ୍କ ସହ ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।