କେନ୍ଦ୍ରାପଡ଼ା:୨୨/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ତହସିଲ ପରିସରରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ),ନବକ୍ରିଷ୍ଣଜେନାଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣିରେ ଜମି ସୀମା ନିର୍ଦ୍ଧାରଣ (ଡିମାର୍କେସନ), ନାମଜାରି (ମ୍ୟୁଟେସନ), ଜବରଦଖଲ (ଏନ୍କ୍ରୋଚମେଣ୍ଟ) ଏବଂ ଓଡ଼ିଶା ଭୂମି ସଂସ୍କାର (ଓଏଲଆର) ସମ୍ବନ୍ଧୀୟ ମୋଟ ୨୨ଟି ଅଭିଯୋଗ ଗ୍ରହଣ କରା ଯାଇଥିଲା।ଗ୍ରହଣ କରାଯାଇଥିବା ମୋଟ ଅଭିଯୋଗ ମଧ୍ୟରୁ ୪ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବାବେଳେ ଅବଶିଷ୍ଟ ଅଭିଯୋଗଗୁଡ଼ିକର ନିୟମାନୁସାରେ ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନା ତହସିଲଦାର କୁଇନି ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଏହି ଅଭିଯୋଗ ଶୁଣାଣିରେ କାର୍ଯ୍ୟାଳୟର ବଡବାବୁ ନରହରି କିସ୍କୁ, ସମେତ ପ୍ରଦୀପ ଦାସ,ସୌଭାଗ୍ୟ ଦାସ ପ୍ରମୁଖ ସହଯୋଗ କରିଥିଲେ |