ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଞ୍ଜେଇର ଭୂସ୍ୱର୍ଗ ଗଜପତି ଜିଲ୍ଲାର ମୋହନା ବ୍ଲକରେ ଆର୍.ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କର ଉଦ୍ୟମରେ ସେଠାକାର ପଞ୍ଚାୟତ ସରପଞ୍ଚ ମାନଙ୍କ ସମାବେଶରେ ମୋହନା ବ୍ଲକର କୃଷି ଅଧିକାରୀ ଯୋଗଦାନ କରିଥିଲେ।
ବିଭିନ୍ନ କୃଷିଭିତ୍ତିକ କାର୍ଯ୍ୟକ୍ରମରେ ଆଦିବାସୀ ତଥା ଅନୁନ୍ନତ ବର୍ଗର ଲୋକମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଆଲୋଚନା ହୋଇଥିଲା। ସେମାନଙ୍କୁ ଚିରସ୍ଥାୟୀ ଜୀବିକା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରାଯାଇଥିଲା। ଗଞ୍ଜେଇ ପରି ବେଆଇନ ଚାଷ କରି ପରିବାର କିପରି ସର୍ବସ୍ୱାନ୍ତ ହେଉଛନ୍ତି ସେ ଦିଗରେ ବୁଝାଯାଇଥିଲା। ଏହାଛଡା ସେଠାକାର ଉତ୍ପାଦିତ ସମ୍ୱଳକୁ ଅଧିକରୁ ଅଧିକ କିପରି ଉତ୍ପାଦନ ହୋଇପାରିବ ସେଦିଗରେ ସରକାରକୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଅନୁରୋଧ କରିଥିଲେ। ବିଶେଷ କରି ପାର୍ବତ୍ଯାଞ୍ଚଳରେ ଉଦ୍ୟାନ ଭିତ୍ତିକ କାର୍ଯ୍ୟକ୍ରମ ଏବଂ ଜମି ବିହୀନ ଲୋକମାନଙ୍କ ଆର୍ଥିକ ଅଭିବୃଦ୍ଧି ଦିଗରେ ଚେଷ୍ଟା କରିବାକୁ ପରାମର୍ଶ ଦିଆଯାଇଥିଲା।
ଏହିଭଳି ଦୂର୍ବାର ଚେଷ୍ଟା ତୃଣମୂଳସ୍ତରରେ ସରକାରୀ କଳ ସହଯୋଗରେ ଉଦ୍ୟମ କରିଥିବାରୁ ଯୁବ ଆଇପିଏସ ଶ୍ରୀ ସାହୁଙ୍କୁ କୃତଜ୍ଞତା ମିଳିଛି। ଅଂଚଳକୁ ଗଞ୍ଜେଇ ମୁକ୍ତ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନେଇଥିବାରୁ ଅଞ୍ଚଳବାସୀ ଏସଡିପିଓଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଦିଗରେ ଜୀବିକାପୋଷଣପାଇଁ ଆହୁରି କିଛି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସାହୁ ନିଜ ମନ୍ତବ୍ୟରେ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.