ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର

0

ବାସୁଦେବପୁର, ୨୧/୦୭: ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ଶିବିର ମନ୍ଦାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଭାବରେ ମନ୍ଦାରି ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଅଧକ୍ଷ, ଭଦ୍ରକ ଡାକ ବିହାଗର ବିଜନେସ ଏକ୍ଜିକ୍ୟୁଟିଭ, ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମୋନାଲିସା ପଣ୍ଡା, ସାଇବର ଥାନା ର ଅଧକ୍ଷ ଦୟାନିଧି ଦାସ, ବାସୁଦେବପୁର ଥାନାର ଏସ୍ ଆଇ, ଭଦ୍ରକ ଲିଡ୍ ବ୍ୟାଙ୍କ ର ସି ଏଫ୍ ଏଲ୍ ଅଶ୍ବିନୀ କୁମାର ନାୟକ, ପୂର୍ବତନ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ପଦ୍ମନ କୁମାର ରାୟ ମହୋଦୟ ଯୋଗ ଦେଇଥିଲେ।
ଏହି ସଭାରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସଭା ପରିଚାଳିତ କରିଥିଲେ ଓ ପିଲାମାନଙ୍କୁ ସଂଚୟର ମହତ୍ତ୍ଵ ଜଣାଇବା ସହ ଆର୍ଥିକ ସକ୍ଷାର ସମାଜ ଗଢ଼ିବା ପାଇଁ ସହାୟକ ହେବ ବୋଲି କହି ଅନୁପ୍ରାଣିତ କରିଥିଲେ। ସାଇବର ସେଲ ଅଧ୍ୟକ୍ଷ ଓ ବସୁଦେବପୁର ଥାନା ର ଏସ ଆଇ ପିଲାମାନଙ୍କୁ ସାଇବର ଅପରାଧୀ ମାନଙ୍କ ଶିକାରରୁ ବଞ୍ଚିବାର ଉପାୟମାନ ବୁଝାଇଥିଲେ ଓ ପିଲାମାନଙ୍କୁ ସୋସିଆଲ ମିଡ଼ିଆର ସଠିକ୍ ବ୍ୟବହାର କରିବାର ଉପାୟମନ ଜଣାଇ ଥିଲେ। ଡାକ ବିଭାଗର ଅଧିକାରୀ ଡାକଘରେ ଉପଲବ୍ଧ ସମସ୍ତ ସଞ୍ଚୟ ଯୋଜନା ଗୁଡିକ ସମ୍ବଧରେ ଜଣାଇଥିଲେ। ପଦ୍ମନ କୁମାର ରାୟ ଓ ମନ୍ଦାରି ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଅଧକ୍ଷ ପିଲାମାନଙ୍କୁ ସଞ୍ଚୟ ପାଇଁ ଅନୁପ୍ରାଣିତ କରିଥିଲେ ଓ ଚିଟ୍ ଫଣ୍ଡ ଠକେଇ ଶିକାର ନହେବାକୁ ପରାମର୍ଶ ଦେଇଥିଲେ।
ଏହି ସଭାରେ ମନ୍ଦାରୀ ମହାବିଦ୍ୟାଳୟଓ ଉଚ୍ଚ ବିଦ୍ୟାଳୟର ମୋଟ ୨୦୦ ଜଣ ଛାତ୍ର ଛାତ୍ରୀ, ମହାବିଦ୍ୟାଳୟ ର କର୍ମକର୍ତ୍ତା ଓ ଡାକ ବିଭାଗ ଏଜେଣ୍ଟ ମାନେ ଯୋଗଦେଇଥିଲେ । “ଆଜିର ଏକ ସଚେତନ ଛାତ୍ର, କାଲିର ଦାୟିତ୍ବବାନ ନାଗରିକ” ଏହି ଥିମ୍ ରେ ସଭାଟି ଆୟୋଜିତ ହୋଇଥିଲା। ଏହି ସଭାଟିକୁ ସଫଳ କରିବାରେ ମହାବିଦ୍ୟାଳୟ ର ସମସ୍ତ କାର୍ଯ୍ୟ କର୍ତ୍ତା, ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ର କର୍ମକର୍ତ୍ତା ଓ ଡାକ ଏଜେଣ୍ଟ ମାନେ ସହାୟକ ହୋଇଛନ୍ତି।

Leave A Reply

Your email address will not be published.