ବାପା ଦାଦନରେ, ଝିଅ ଆର ପାରିରେ 

0

ସନ୍ଦେହ ଘେରରେ ନାବାଳିକାର ଆତ୍ମହତ୍ୟା 

ଜାମସେଠ/ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କାଂସଡ଼ା ଗ୍ରାମପଞ୍ଚାୟତର ନିଲାଥର ଗ୍ରାମରେ ଆଜି ସକାଲୁ ଚୈତରାମ ଭାଟଙ୍କ ୧୬ବର୍ଷର ଝିଅ ଗୀତାଞଳି ଭାଟ ଘରେ ବିଷପାନ କରିଥିବା ଘରଲୋକ ଜାଣିବାପରେ ତୁରନ୍ତ ନୂଆପଡା ଡାକ୍ତରଖାନା କୁ ନେଇଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |ଶବ ବ୍ୟବଚ୍ଛେଦ ପରେ ଶବକୁ ଗାଁ କୁ ଅଣାଯାଇଥିଲା । ସଂଧ୍ୟା ରେ ପାଇକମାଲ ଥାନାକୁ ଗ୍ରାମବାସୀ ଯାଇ ପୋଲିସର ଉଚିତ ତଦନ୍ତ ପାଇଁ ଅନୁରୋଧ କରିଥିଲେ। ପୋଲିସ ସକାଳୁ ଗ୍ରାମକୁ ଯାଇ ତଦନ୍ତ କରିବାକୁ କହିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଗାଁ ମଝିରେ ଶବକୁ ରଖି ପୋଲିସ ଆସି ଉଚିତ ତଦନ୍ତ ନ ହେବାଯାଏ ଶବ ଉଠାଯିବ ନାହିଁ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ ।ସନ୍ଧେହ ଘେରରେ ଆତ୍ମହତ୍ୟା |  ପୋଲିସ ଶିଘ୍ର ତଦନ୍ତ ନ କଲେ ପ୍ରମାଣ ନଷ୍ଟ ହୋଇପାରେ ଏହାର ସନ୍ଧେହ ଅଛି। ଚୈତରାମ ଭାଟ ନିଜ ମାଁ ଦୁଇ ପୁଅ ଓ ଝିଅ କୁ ଘରେ ଛାଡି ଦାଦନ ଖଟି ଯାଇଅଛନ୍ତି।ଘରେ ପ୍ରଥମ ବର୍ଷ ‘ କଲେଜ ଯାଉଥିବା ଝିଅର ଆତ୍ମହତ୍ୟା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Leave A Reply

Your email address will not be published.