ବିଜେପି ଛାଡି ଶଙ୍ଖ ବଜାଇବେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା 

0

 ତମେ ଆମର ନେଲ, ଆମେ କୋଉ କମତି !!!

ଭୁବନେଶ୍ୱର / ବରଗଡ :- ( ଗୌରାଙ୍ଗ ଚରଣ ଦାସ )  ଗତ କିଛି ଦିନ ତଳେ ନୂଆପଡାରେ ବିଜେଡିକୁ ଝଟକା ଦେଇ ବିଜେପି ରେ ଯୋଗ ଦେଇଥିଲେ ନୂଆପଡା ଜିଲ୍ଲାର ପୂର୍ବତନ ବିଜୁ ଜନତା ଦଳର ସଭାପତି ଶ୍ରୀ ପ୍ରସନ୍ନ ପାଢ଼ୀ । ସେ ସମୟରେ ନିଶ୍ଚିତ ଭାବରେ ବିଜେଡିକୁ ଝଟକା ଲାଗିଥିଲା । କିନ୍ତୁ ଏକ ସପ୍ତାହ ମଧ୍ୟରେ ଝଟକା ଖାଇବାର ବେଳ ଆସିଛି ବିଜେପି ପାଇଁ । ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡାଙ୍କର ନିଜ ପୁତୁରା ତଥା ବିଜେପିର ଟାଣୁଆ ଯୁବ ନେତା  ଶ୍ରୀ ଟିଟୁ ପଣ୍ଡା ଆସନ୍ତା ଷୋହଳ ତାରିଖ ନବୀନ ନିବାସ ଠାରେ ନିଜର ଦୁଇଶହ ସମର୍ଥକ ଙ୍କର ସହିତ ଶଙ୍ଖ ଧରିବେ ବୋଲି “ଶାସକ ପ୍ରଶାସକ”କୁ  ଜଣାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ଟିଟୁ ପଣ୍ଡା ପୂର୍ବରୁ ଶିବସେନାର ରାଜ୍ୟ ସଭାପତି ଥିଲେ ଓ ପରବର୍ତୀ ସମୟରେ ବିଜେପିର ସଭ୍ୟପଦ ଗ୍ରହଣ କରିଥିଲେ । ସେ ଜଣେ ସୁସଂଗଠକ ଓ ସମାଜସେବୀ ଭାବରେ ନୂଆପଡା ଅଂଚଳ ରେ ସୁପରିଚିତ । ବିଭିନ୍ନ ସମୟରେ ବିଭିନ୍ନ ଆନ୍ଦୋଳନ ସହିତ ଜଡିତ ଥିବା ଶ୍ରୀ ଟିଟୁ ପଣ୍ଡା ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସ୍ୱାଧୀନ ଭାବରେ ବହୁ ପ୍ରାର୍ଥୀଙ୍କୁ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ |  ଶ୍ରୀ ପଣ୍ଡା ବିଜେଡି ପାଇଁ ନିଶ୍ଚିତ ଭାବରେ ଆସେଟ ସାବ୍ୟସ୍ତ ହେବା ସହିତ ଆଗାମୀ ଦିନରେ ନୂଆପଡା ଅଂଚଳରେ ବିଜେପିକୁ ଝଟକା ଲାଗିପାରେ ।।

 

 

Leave A Reply

Your email address will not be published.