ସିନାପାଲି ରେ ଭାରତୀୟ ଜନତା ପାର୍ଟିର ବିଜୟୀ ସଂକଳ୍ପ ଶୋଭାଯାତ୍ରା         

0

ସିନାପାଲି ରୁ ନିରାକାର ମେହେର -ସାଧାରଣ ନିର୍ବାଚନ ନିକଟରେ ହେଉଥିବା ବେଳେ ରାଜନୀତି ଦଳ ପକ୍ଷରୁ ତାତ୍ପର୍ଆଟା ପ୍ରକାଶ ପାଉଥିବା ଦେଖାଯାଉଛି ! ବିଜୟ ସଂକଳ୍ପ ଅଭିଯାନ ଜିଲ୍ଲା ସଭାପତି ଶିବ ପ୍ରସାଦ ମୁଣ୍ଡ ଙ୍କ ନେତୃତ୍ୱ ରେ ସିନାପାଲି ଦୁର୍ଗା ମନ୍ଦିର ରୁ 9ଟି ଗ୍ରାପ ସିନାପାଲୀ, ହାତୀବନ୍ଧା, ନୂଆପଡା, ଭାରିଆମୁଣ୍ଡା, କୁସୁମଜୋର, ସିଙ୍ଗଝର, ଗୋଡଲ, ଲିଟିଗୁଡାରେ ଭାରତୀୟ ଜନତା ପାର୍ଟି କିପରି  ନାରୀ ମାନଙ୍କ ପାଇଁ ବୃଦ୍ଧ ଓ ଶିଶୁ  ମାନଙ୍କ ପାଇଁ ଯୋଜନାର ସଫଳତା ବିଷୟ ରେ କହିଥିଲେ ଓ ଭାରତୀୟ ଜନତା ଦଳର ବିଫଳତା ବିଷୟରେ ଲୋକ ମାନଙ୍କୁ ଜଣାଇଥିଲେ. !ବିଗତ ପାଞ୍ଚ ବର୍ଷ ରେ ମୋଦି ସରକାର କରିଥିବା ଜନହିତକର କାର୍ଯ୍ୟଗୁଡିକ ସମ୍ପର୍କରେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ ! ଏହି ରାଲି ରେ ଯୋଗ ଦେଇଥିଲେ ଜିଲ୍ଲା ଉପ ସଭାପତି ପୃଥ୍ୱୀରାଜ ମହାନ୍ତି ଖରିଆର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଦୃଷ୍ଟି ଚନ୍ଦ୍ର ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ଠାକୁର,ସିନାପାଲି ମଣ୍ଡଳ ସଭାପତି  ଅରିରଞ୍ଜନ ଯୋଶୀ,ସଞ୍ଜୟ ତିୱାରୀ, ଜେମାମଣି ଧାରୁଆ, ମମତା ମଞ୍ଜରୀ ମାଝୀ, ନୀଲାମ୍ବର ମେହେର, ନରେନ୍ଦ୍ର ମାଝୀ, ଓ ସମସ୍ତ ମଣ୍ଡଳର ସଭାପତି,କର୍ମୀ ଓ ଶତଧିକ ଲୋକମାନେ ଯୋଗ ଦାନ କରି ଥିଲେ ଓ ବିଜେଡି ର 19 ଵର୍ଷ ର ବିଫଳତା ବିଷୟ ରେ ଲୋକ ମାନଙ୍କୁ ବୁଝାଇ ଥିଲେ ! 

Leave A Reply

Your email address will not be published.